ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟି ବୁଧବାର ତିନି ଜଣ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଛି। ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୫ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣର ଭୟାବହତା ଏପରି ଥିଲା ଯେ, ଏହାଦ୍ୱାରା ଏକ ବଡ଼ କୋଠାଘର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।

ବୁଧବାର ସକାଳେ କରାଚିର ଗୁଲଶାନ-ଇ-ଇକବାଲ ଅଞ୍ଚଳର ଏକ କୋଠାରେ ବିସ୍ଫୋରଣ ହୋଇଥିଲା। ରୋଷେଇ ଘରର ସିଲିଣ୍ଡର ଫାଟି ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ କରାଚିର ଏହି କୋଠାଟି କ୍ଷତିଗ୍ରସ୍ତ ହେବା ସହିତ ଏହାର ଆଖପାଖ ଘର ମଧ୍ୟ ଭାଙ୍ଗିଯାଇଛି।

ବିସ୍ଫୋରଣରେ ଆହତ ହୋଇଥିବା ଲୋକମାନଙ୍କୁ ସେଠାକାର ପଟେଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିସ୍ଫୋରଣ ଘଟିବା ପରେ ସେଠାରେ ଖୁବ ଜୋରରେ ଶବ୍ଦ ହୋଇଥିଲା। ଏହାପରେ ସେଠାରେ ଲୋକଙ୍କ ଗହଳି ଲାଗିଥିଲା। ଏହାପରେ ସେଠାରେ ପୋଲିସ ପହଞ୍ଚି ଭିଡ଼କୁ ହଟାଇବା ସହିତ ଆହତମାନଙ୍କୁ ଉଦ୍ଧାର କରିଛି।

Comment