ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଟୁ ବି ୟୁନିଭର୍ସିଟି)ର ଏନ୍ଏସ୍ଏସ୍ ଶାଖା ପକ୍ଷରୁ ଗୁରୁବାର ଜାତୀୟ ଶିକ୍ଷା ନୀତି -୨୦୨୦ଶୀର୍ଷକ ଏକ ୱେବିନାର୍ ଅନୁଷ୍ଠିତ ହୋଇଯାଇଛି। ଏହି ୱେବିନାର୍ରେ ସୋଆ କୁଳପତି ପ୍ରଫେସର ଡକ୍ଟର ଅଶୋକ କୁମାର ମହାପାତ୍ର ସାମଗ୍ରିକ ଓ ସନ୍ତୁଳିତ ସ୍ୱାସ୍ଥ୍ୟ ଜାତୀୟ ଶିକ୍ଷା ନୀତିର କିପରି ଏକ ଅବିଚ୍ଛେଦ ଅଙ୍ଗ ସେ ସମ୍ପର୍କରେ ଅବଗତ କରାଇଥିଲେ।
ସେହିପରି ଆର୍ଆଇଆଇ (ଏନ୍ସିଇଆର୍ଟି) ଭୁବନେଶ୍ୱରର ଇତିହାସ ବିଭାଗର ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ ଶିକ୍ଷା ନୀତିର କେଉଁ ଅଂଶକୁ ସହଜରେ ଲାଗୁ କରିହେବ ଓ କାହାକୁ ଲାଗୁ କରିବାରେ ଅସୁବିଧାର ସାମ୍ନା କରିବାକୁ ପଡ଼ିବ ସେ ନେଇ ବିଷଦ୍ ତର୍ଜମା କରିଥିଲେ।
ଭାରତ ସରକାରଙ୍କ ଏନ୍ଏସ୍ଏସ୍ ଭୁବନେଶ୍ୱରର ନିର୍ଦ୍ଦେଶକ ଆର୍ ସାଇଦା ନାଏକ ଜାତୀୟ ଶିକ୍ଷା ନୀତି ଓ ଏନ୍ଏସ୍ଏସ୍ର କାର୍ଯ୍ୟଧାରା ସମ୍ପର୍କରେ ତାଙ୍କର ବକ୍ତବ୍ୟ ରଖିଥିଲେ। ଓଡ଼ିଶା ରାଜ୍ୟ ଏନ୍ଏସ୍ଏସ୍ ଅଧିକାରୀ ଡକ୍ଟର ସୁରେଖା ସୁନ୍ଦରୀ ସ୍ୱାଇଁ ଜାତୀୟ ଶିକ୍ଷା ନୀତିର ବହୁ ବିଷୟ ଭିତ୍ତିକ (ମଲ୍ଟିଡିସିପ୍ଲିନାରି) ଦିଗ ଉପରେ ଆଲୋଚନା କରିଥିଲେ।
ଏହି ୱେବିନାରରେ ସୋଆ ଡିନ୍ ଛାତ୍ରମଙ୍ଗଳ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ସ୍ୱାଗତ ଭାଷଣ ଦେଇଥିବା ବଳେ ପ୍ରୋଗ୍ରାମ୍ ଅଫିସର୍ ଡକ୍ଟର ଚକ୍ରଧର ପାତ୍ର କାର୍ଯ୍ୟକ୍ରମ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଉଭୟ ଗୁଗୁଲ ମିଟ୍ ଓ ଫେସବୁକରେ ଏହାର ଲାଇଭ୍ ଷ୍ଟ୍ରିମ୍ ହୋଇଥିଲା।
ଏଥିରେ ସୋଆ ଏନ୍ଏସ୍ଏସ୍ ଛାତ୍ରଛାତ୍ରୀ, ସୋଆରେ ଅଧ୍ୟୟନରତ ବିଦେଶୀ ଛାତ୍ରଛାତ୍ରୀ, ଫ୍ୟାକଲ୍ଟି ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହିତ ଦିଲ୍ଲୀ ଆମିଟି, ସୁନାବେଡା, ଖରିଆର, ବରଗଡ, କଣ୍ଟାବାଞ୍ଜି, ମହାମୟୀ ଆଦି ଅନେକ ବିଶ୍ୱବିଦ୍ୟାଳୟ ଓ କଲେଜରୁ ବହୁ ବ୍ୟକ୍ତିବିଶେଷ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।