ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ ଦ୍ଵାରା ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହାୟର୍ ସେକେଣ୍ଡାରୀ ଏଜୁକେସନ୍(‌ଆଇଏଚ୍ଏସ୍‌ଇ)ର ୮ ଜଣ ଛାତ୍ରଛାତ୍ରୀ ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା (ନିଟ୍‌)ରେ ସମ୍ମାନଜନକ ରାଙ୍କ୍ ରଖି କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏନେଇ ସୋଆ ପକ୍ଷରୁ ସୂଚନା ଦିଆଯାଇଛି।

ନିଟ୍‌ରେ ସଫଳତା ଅର୍ଜନ କରିଥିବା ଏହି କୃତୀ ଛାତ୍ରଛାତ୍ରୀମାନେ ହେଲେ ଆଶିଷ ଦଳେଇ (୬୭୫), ଆଦିତ୍ୟ କୁମାର ରାଉତ (୬୩୩), ବ୍ୟାସଦେବ ମାଇସାଲ (୬୨୧), ଦେବାଶିଷ ପାଢ଼ୀ (୬୧୧), ଶୁଭଦର୍ଶୀ ଦେବାଶିଷ (୫୯୫), ଅର୍ପିତା ମଲ୍ଲିକ (୫୮୬), ମୋନାଲିସା କର (୫୮୫) ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ (୪୧୮)।

ଏହି ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜ ରଞ୍ଜନ ନାୟକ ଏବଂ ଆଇଏଚ୍‌ଏସ୍‌ଇ ଅଧ୍ୟକ୍ଷ ପ୍ରଫେସର ପୁରେନ୍ଦ୍ର ଚରଣ ଦାଶ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।ଏହା ପୂର୍ବରୁ ଆଇଏଚ୍‌ଏସ୍‌ଇର ଅନେକ ଛାତ୍ରଛାତ୍ରୀ ନିଟ୍ ସମେତ ଅନ୍ୟାନ୍ୟ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏଠାକାର ଛାତ୍ରଛାତ୍ରୀମାନେ ଆଇଆଇଟି, ଏନ୍‌ଆଇଟି ଓ ଆଇଆଇଏମ୍ ଭଳି ପ୍ରତିଷ୍ଠିତ ତଥା ସ୍ୱନାମଧନ୍ୟ ସର୍ବଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧ୍ୟୟନ କରି ଅନୁଷ୍ଠାନର ଗୌରବକୁ ଦ୍ୱିଗୁଣିତ କରିଛନ୍ତି।

ଆଇଏଚ୍‌ଏସ୍‌ଇରେ ଯୁକ୍ତ ଦୁଇ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଯେପରି ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିପାରିବେ, ସେଥିପାଇଁ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକାମାନେ ଯତ୍ନବାନ ଥାଆନ୍ତି। ସେମାନେ ନିଷ୍ଠାର ସହ ଛାତ୍ରଛାତ୍ରୀମାନଙ୍କୁ ଉତ୍କୃଷ୍ଟ ଶୈକ୍ଷିକ ବାତାବରଣ ମଧ୍ୟରେ ଶିକ୍ଷା ପ୍ରଦାନ କରୁଥିବା ସୋଆ ପକ୍ଷରୁ କୁହାଯାଇଛି।

Comment