ଓଡ଼ିଶାଲାଇଭ୍ ବ୍ୟୁରୋOnline Shopping Customer Experience

ଆଜିକାଲି ଅନ୍‌ଲାଇନ୍ ସପିଂର ଚାହିଦା ବଢ଼ିଛି। ଘରେ ବସି ନିଜ ମନ ପସନ୍ଦର ଜିନିଷ କିଣିବାକୁ ସୁଯୋଗ ପ୍ରଦାନ କରୁଛି ଅନ୍‌ଲାଇନ୍ ସପିଂ। ତେବେ ଅନ୍‌ଲାଇନ୍‌ରୁ ଜିନିଷ କିଣିବା ବେଳେ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ। ଏହାଦ୍ଵାରା ଆପଣ ଠକେଇରୁ ବଞ୍ଚିବା ସହ ଭଲ ଜିନିଷ ପାଇପାରିବେ। ତେବେ ଆସନ୍ତୁ ଜାଣିବା ସେମିତି କିଛି ଟିପ୍ସ ବିଷୟରେ…

ରିହାତି ବାବଦରେ ଭଲ ଭାବେ ପଢ଼ନ୍ତୁ

ଅନେକ ସମୟରେ ଦେଖାଯାଏ ଯେ, ଫେଷ୍ଟିଭ୍ ସେଲ୍‌ରେ କିଛି ରିହାତି କେବଳ ପ୍ରିମିୟମ୍ ମେମ୍ବରଙ୍କ ପାଇଁ ଉପଲବ୍ଧ ହୋଇଥାଏ। ଆଉ କେତେବେଳେ ରିହାତି ପାଇବା ପାଇଁ କିଛି ପ୍ରକ୍ରିୟା ପୂରା କରିବାକୁ ପଡ଼ିଥାଏ। ଏଭଳି ସ୍ଥିତିରେ ଆପଣ ରିହାତି ସମ୍ପର୍କିତ ଗାଇଡ୍‌ଲାଇନ୍‌କୁ ଭଲ ଭାବେ ପଢ଼ିବା ଜରୁରୀ।ଶୀଘ୍ର ଚେକ୍ଆଉଟ୍ ପାଇଁ ପ୍ରଥମରୁ ଡେଲିଭରି ଡିଟେଲ୍ସ ଦିଅନ୍ତୁ

 

ଅଧିକାଂଶ ସମୟରେ ଅନ୍‌ଲାଇନ୍‌ ସେଲ୍‌ରେ ଆକର୍ଷଣୀୟ ଅଫରଗୁଡ଼ିକ କେବଳ ସୀମିତ ସମୟ ପାଇଁ ଉପଲବ୍ଧ ହୁଏ। ତେଣୁ କୌଣସି ସାମଗ୍ରୀକୁ ଶୀଘ୍ର କିଣିବାକୁ ଚାହୁଁଥିଲେ ଫାଷ୍ଟ ଚେକ୍‌ଆଉଟ୍ କରିବା ଜରୁରୀ। ଏଥିପାଇଁ ଡେଲିଭରି ଡିଟେଲ୍ସ ପ୍ରଥମରୁ ହିଁ ଦେଇଦିଅନ୍ତୁ। ଏହାଦ୍ଵାରା ଆପଣଙ୍କ ସମୟ ବଞ୍ଚିଯିବ।

ଜିନିଷ କିଣିବା ପୂର୍ବରୁ ତୁଳନା କରନ୍ତୁ
ଆପଣ ଯେତେବେଳେ ବି ଅନ୍‌ଲାଇନ୍‌ରୁ ଜିନିଷ କିଣୁଛନ୍ତି, ପ୍ରଥମେ ସେହି ପ୍ରାଇସ୍ ରେଞ୍ଜ୍‌ରେ ମିଳୁଥିବା ଅନ୍ୟ କମ୍ପାନିର ଜିନିଷ ସହ ତୁଳନା କରନ୍ତୁ। ଏଥିସହ ସେହି ଜିନିଷକୁ ଅନ୍ୟ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ଖୋଜନ୍ତୁ ଏବଂ ତାର ଦାମ୍ ଦେଖନ୍ତୁ।

 

ଜିନିଷ କିଣିବା ପୂର୍ବରୁ ତାକୁ ଅନ୍ୟ କମ୍ପାନିର ଜିନିଷ ସହ ତୁଳନା କରିବା ଦରକାର। ଏହାଦ୍ଵାରା ବେଳେ ବେଳେ ଟିକେ ଅଧିକ ଦାମ୍‌ରେ ବହୁତ ଭଲ ଜିନିଷ ମିଳିଯାଏ।E-Commerce Sitesଡେଲିଭରି ଚାର୍ଜ ପ୍ରତି ଧ୍ୟାନ ଦିଅନ୍ତୁ

ଯେଉଁ ଜିନିଷ ଆପଣ ଅର୍ଡର କରୁଛନ୍ତି ପ୍ରଥମେ ତା’ର ଡେଲିଭରି ଚାର୍ଜ ଦେଖନ୍ତୁ। କାରଣ ଡେଲିଭରି ଚାର୍ଜ ବେଳେବେଳେ ବହୁତ ଅଧିକ ହୋଇଥାଏ।

ସାଧାରଣତଃ ପ୍ରି ସପିଂ କେବଳ ପ୍ରିମିୟମ୍ ମେମ୍ବରଙ୍କ ପାଇଁ ଉପଲବ୍ଧ ହୋଇଥାଏ। ତେଣୁ ଆପଣ ସେହି ଜିନିଷ ପାଇଁ ଅନ୍ୟ ଅନ୍‌ଲାଇନ୍ ପ୍ଲାଟ୍‌ଫର୍ମର ସପିଂ ଚାର୍ଜକୁ ତୁଳନା କରିପାରିବେ। ଯଦି ସମ୍ଭବ ହୁଏ ତେବେ ସେହି ଜିନିଷକୁ ଆପଣ ଅଫ୍‌ଲାଇନ୍ ଷ୍ଟୋର୍‌ରୁ ମଧ୍ୟ କିଣିପାରିବେ।

LEAVE A REPLY

Please enter your comment!
Please enter your name here