ଓଡ଼ିଶାଲାଇଭ୍ ବ୍ୟୁରୋ

ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ବିଭିନ୍ନ ଅନ୍‌ଲାଇନ୍ ସପିଂ ସାଇଟ୍‌ରେ ଏବେ ଫେଷ୍ଟିଭ୍ ସେଲ୍ ଆରମ୍ଭ ହୋଇଯାଇଛି। ତେବେ ଅନ୍‌ଲାଇନ୍ ଫେଷ୍ଟିଭ୍ ସେଲ୍‌ ସମୟରେ ସପିଂ କରୁଥିଲେ ଟିକିଏ ସାବଧାନତା ଅବଲମ୍ବନ କରିବା ଜରୁରୀ। ଏହାଦ୍ଵାରା ଆପଣ ଠକାମିରେ ପଡ଼ିବେ ନାହିଁ ଏବଂ ସହଜରେ ଜିନିଷ କିଣିପାରିବେ। ଜାଣନ୍ତୁ ସେମିତି କିଛି ଟିପ୍ସ ବିଷୟରେ…

ରିହାତି ବାବଦରେ ଭଲ ଭାବେ ପଢ଼ନ୍ତୁ

ଅନେକ ସମୟରେ ଦେଖାଯାଏ ଯେ, ଫେଷ୍ଟିଭ୍ ସେଲ୍‌ରେ କିଛି ରିହାତି କେବଳ ପ୍ରିମିୟମ୍ ମେମ୍ବରଙ୍କ ପାଇଁ ଉପଲବ୍ଧ ହୋଇଥାଏ। ଆଉ କେତେବେଳେ ରିହାତି ପାଇବା ପାଇଁ କିଛି ପ୍ରକ୍ରିୟା ପୂରା କରିବାକୁ ପଡ଼ିଥାଏ। ଏଭଳି ସ୍ଥିତିରେ ଆପଣ ରିହାତି ସମ୍ପର୍କିତ ଗାଇଡ୍‌ଲାଇନ୍‌କୁ ଭଲ ଭାବେ ପଢ଼ିବା ଜରୁରୀ।E-Commerce Sitesଶୀଘ୍ର ଚେକ୍‌ଆଉଟ୍ ପାଇଁ ପ୍ରଥମରୁ ଡେଲିଭରି ଡିଟେଲ୍ସ ଦିଅନ୍ତୁ

ଅଧିକାଂଶ ସମୟରେ ଅନ୍‌ଲାଇନ୍‌ ସେଲ୍‌ରେ ଆକର୍ଷଣୀୟ ଅଫରଗୁଡ଼ିକ କେବଳ ସୀମିତ ସମୟ ପାଇଁ ଉପଲବ୍ଧ ହୁଏ। ତେଣୁ କୌଣସି ସାମଗ୍ରୀକୁ ଶୀଘ୍ର କିଣିବାକୁ ଚାହୁଁଥିଲେ ଫାଷ୍ଟ ଚେକ୍‌ଆଉଟ୍ କରିବା ଜରୁରୀ। ଏଥିପାଇଁ ଡେଲିଭରି ଡିଟେଲ୍ସ ପ୍ରଥମରୁ ହିଁ ଦେଇଦିଅନ୍ତୁ। ଏହାଦ୍ଵାରା ଆପଣଙ୍କ ସମୟ ବଞ୍ଚିଯିବ।

ଜିନିଷ କିଣିବା ପୂର୍ବରୁ ତୁଳନା କରନ୍ତୁ
ଆପଣ ଯେତେବେଳେ ବି ଅନ୍‌ଲାଇନ୍‌ରୁ ଜିନିଷ କିଣୁଛନ୍ତି, ପ୍ରଥମେ ସେହି ପ୍ରାଇସ୍ ରେଞ୍ଜ୍‌ରେ ମିଳୁଥିବା ଅନ୍ୟ କମ୍ପାନିର ଜିନିଷ ସହ ତୁଳନା କରନ୍ତୁ। ଏଥିସହ ସେହି ଜିନିଷକୁ ଅନ୍ୟ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ଖୋଜନ୍ତୁ ଏବଂ ତାର ଦାମ୍ ଦେଖନ୍ତୁ।Online Shopping Customer Experienceଜିନିଷ କିଣିବା ପୂର୍ବରୁ ତାକୁ ଅନ୍ୟ କମ୍ପାନିର ଜିନିଷ ସହ ତୁଳନା କରିବା ଦରକାର। ଏହାଦ୍ଵାରା ବେଳେ ବେଳେ ଟିକେ ଅଧିକ ଦାମ୍‌ରେ ବହୁତ ଭଲ ଜିନିଷ ମିଳିଯାଏ।

ଡେଲିଭରି ଚାର୍ଜ ପ୍ରତି ଧ୍ୟାନ ଦିଅନ୍ତୁ

ଯେଉଁ ଜିନିଷ ଆପଣ ଅର୍ଡର କରୁଛନ୍ତି ପ୍ରଥମେ ତା’ର ଡେଲିଭରି ଚାର୍ଜ ଦେଖନ୍ତୁ। କାରଣ ଡେଲିଭରି ଚାର୍ଜ ବେଳେବେଳେ ବହୁତ ଅଧିକ ହୋଇଥାଏ।

ସାଧାରଣତଃ ପ୍ରି ସପିଂ କେବଳ ପ୍ରିମିୟମ୍ ମେମ୍ବରଙ୍କ ପାଇଁ ଉପଲବ୍ଧ ହୋଇଥାଏ। ତେଣୁ ଆପଣ ସେହି ଜିନିଷ ପାଇଁ ଅନ୍ୟ ଅନ୍‌ଲାଇନ୍ ପ୍ଲାଟ୍‌ଫର୍ମର ସପିଂ ଚାର୍ଜକୁ ତୁଳନା କରିପାରିବେ। ଯଦି ସମ୍ଭବ ହୁଏ ତେବେ ସେହି ଜିନିଷକୁ ଆପଣ ଅଫ୍‌ଲାଇନ୍ ଷ୍ଟୋର୍‌ରୁ ମଧ୍ୟ କିଣିପାରିବେ।

Comment