ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତଃ ଲୋକମାନେ ସେତେବେଳେ ନିଜ ସ୍ମାର୍ଟଫୋନ୍ ବଦଳାନ୍ତି ଯେତେବେଳେ ତାହା ହ୍ୟାଙ୍ଗ୍ ହୁଏ କିମ୍ବା ଫୋନ୍‌ର କାର୍ଯ୍ୟକ୍ଷମତା କମିଯାଏ। ଯଦି ଆପଣଙ୍କ ସ୍ମାର୍ଟଫୋନ୍‌ରେ ଏଭଳି ସମସ୍ୟା ହେଉଛି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। କିଛି ଟିପ୍ସ ବ୍ୟବହାର କଲେ ଆପଣଙ୍କର ଏହି ସମସ୍ୟା ଦୂର ହୋଇଯିବ ଏବଂ ଫୋନ୍‌ର ସ୍ପିଡ୍ ମଧ୍ୟ ବଢ଼ିଯିବ। ତେବେ ଆସନ୍ତୁ ଜାଣିବା ସେମିତି କିଛି ଟିପ୍ସ ବିଷୟରେ…

Cache ଡାଟା ଡିଲିଟ୍ କରନ୍ତୁ

ଫୋନ୍‌ରେ ଯେବେ ବି ଆପଣ କିଛି କାମ କରନ୍ତି ସେତେବେଳେ ତାହାର କିଛି ଅଂଶ Cache ଡାଟା ଭାବେ ଫୋନ୍‌ରେ ରହିଯାଏ। ଅନେକ ସମୟରେ ଏହି ଡାଟା ବଢ଼ି ବଢ଼ି ଜିବି ପର୍ଯ୍ୟନ୍ତ ପହଞ୍ଚିଯାଏ। ଫଳରେ ଫୋନ୍‌ରେ ସ୍ପେଶ୍ କମିବା ସହ ଫୋନ ସ୍ଲୋ ହୋଇଯାଏ। ଆଜିକାଲି ସ୍ମାର୍ଟଫୋନ୍‌ରେ ଥିବା ସେଟିଂ ଅପ୍‌ସନ୍‌କୁ ଯାଇ ସେହି ଡାଟାଗୁଡ଼ିକୁ ଡିଲିଟ୍ କରିଦିଅନ୍ତୁ। ଏଥିପାଇଁ Setting>Storage>Cache କୁ ଯାଇ ତାହାକୁ ଡିଲିଟ୍ କରିଦିଅନ୍ତୁ।

ଯଦି ଆପଣ ଫେସ୍‌ବୁକ୍ ଆଦି ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି ତେବେ ଫେସ୍‌ବୁକ୍‌ର ଲାଇଟ୍ ଭର୍ସନ ବ୍ୟବହାର କରିବାକୁ ପ୍ରାଥମିକତା ଦିଅନ୍ତୁ। ଏହାଦ୍ଵାରା କେବଳ ଯେ ଆପଣଙ୍କ ଡାଟା ଖର୍ଚ୍ଚ ବଞ୍ଚିବ ତାହା ନୁହେଁ, ବରଂ ବ୍ୟାଟେରି ମଧ୍ୟ କମ୍ ଖର୍ଚ୍ଚ ହେବ ଏବଂ ଫୋନ୍ ସ୍ଲୋ ହେବନାହିଁ।ବ୍ୟାକ୍‌ଗ୍ରାଉଣ୍ଡ ଆପ୍‌ଗୁଡ଼ିକୁ ବନ୍ଦ କରନ୍ତୁ

ଆମ ଫୋନ୍‌ରେ ଏମିତି ଅନେକ ଆପ୍ ରହିଛି ଯାହାକୁ ଆମେ ଇନ୍‌ଷ୍ଟଲ୍ ତ କରିଦିଅନ୍ତି କିନ୍ତୁ ସେଗୁଡ଼ିକୁ ସେତେ ବେଶୀ ବ୍ୟବହାର କରନ୍ତି ନାହିଁ। ଏଭଳି ଆପ୍‌କୁ ଡିଲିଟ୍ କରିଦିଅନ୍ତୁ। ଏହାଦ୍ଵାରା ମେମୋରି କାର୍ଡରେ ସ୍ପେଶ୍ ବଞ୍ଚିଥାଏ।

ଏହାଛଡ଼ା ଆପ୍‌ଗୁଡ଼ିକୁ ବ୍ୟବହାର କରିବା ପରେ ତୁରନ୍ତ ବନ୍ଦ କରିଦିଅନ୍ତୁ। ଟାସ୍କ ମ୍ୟାନେଜରକୁ ଯାଇ ସେଥିରେ ବ୍ୟାକ୍‌ଗ୍ରାଉଣ୍ଡ ଆପ୍‌ଗୁଡ଼ିକୁ ବନ୍ଦ କରନ୍ତୁ। ନଚେତ୍ ବ୍ୟାକ୍‌ଗ୍ରାଉଣ୍ଡ ଆପ୍‌ଗୁଡ଼ିକ ମେମୋରି ଖର୍ଚ୍ଚ କରିବ ଏବଂ ଫୋନ୍‌ ସ୍ଲୋ ହୋଇଯିବ।

ଆନିମେସନ୍ସ ବନ୍ଦ କରନ୍ତୁ

ଫୋନ୍‌ରେ ଆନିମେସନ୍ସ ଓ ଟ୍ରାଞ୍ଜିସନ୍ସ ଦେଖିବାକୁ ଭଲ ଲାଗେ। କିନ୍ତୁ ଏଗୁଡ଼ିକ ବହୁତ ମେମୋରି ଖର୍ଚ୍ଚ କରନ୍ତି। ଏଗୁଡ଼ିକୁ ବନ୍ଦ କରିବା ଦ୍ଵାରା ପ୍ରୋସେସିଂ ପାଓ୍ଵାର ଓ ପ୍ରୋସେସିଂ ଟାଇମକୁ ମଧ୍ୟ ସଞ୍ଚୟ କରାଯାଇପାରେ। ଏହି ଆନିମସନ୍ସକୁ ଡିଜାବଲ କରିବା ପାଇଁ Setting>About Phone>Tap Build number until you see a pop-up intimating that Developer options have been enabled>Go back to the main Settings page> Open Developer options>Windows animation scale>Animations off ରେ ଟାପ୍ କରନ୍ତୁ।

ଅଧିକାଂଶ ଫୋନ୍‌ରେ ସ୍କେଲ ୧x ଥାଏ। ଏହି ସ୍କେଲ୍ ଯେତେ ବଢ଼ିବ ଫୋନ୍‌ ସେତେ ସ୍ଲୋ ହେବ। ତେଣୁ ଏହି ସ୍କେଲ୍‌କୁ ବନ୍ଦ କରିଦେଲେ ଫୋନ୍‌ର ସ୍ପିଡ୍ ବଢ଼ିଯାଏ।ଅବ୍ୟବହୃତ ଆପ୍‌କୁ ବନ୍ଦ କରନ୍ତୁ

ସ୍ମାର୍ଟଫୋନ୍‌ରେ ଅନେକ ବୋଲ୍ଟବେୟର ଆପ୍ ଥାଏ, ଯାହା ଆପଣଙ୍କ କୌଣସି କାମରେ ଆସେନାହିଁ। ସେହିପରି ଲୋକମାନେ ଅନେକ ଆପ୍ ମନଇଚ୍ଛା ଇନ୍‌ଷ୍ଟଲ୍  କରିଦିଅନ୍ତି, ଯେଉଁଗୁଡ଼ିକ ବ୍ୟବହୃତ ହୁଏନାହିଁ। ବ୍ୟବହାର ନକଲେ ମଧ୍ୟ ଏହି ଆପ୍‌ଗୁଡ଼ିକ ଫୋନ୍‌ରେ ଜାଗା ମାଡ଼ିବସନ୍ତି।

ଏଥିମଧ୍ୟରୁ କେତେକ ଆପ୍ ଅନବରତ ବ୍ୟାକ୍‌ଗ୍ରାଉଣ୍ଡରେ ଚାଲୁ ରହିଥାଏ। ଫଳରେ ଫୋନ୍ ସ୍ଲୋ ହୋଇଯାଏ ଏବଂ ହ୍ୟାଙ୍ଗ୍ ହୋଇଥାଏ। ତେଣୁ ଏଭଳି ଆପ୍‌କୁ ତୁରନ୍ତ ଡିଲିଟ୍ କରିଦିଅନ୍ତୁ। ଯଦି ଆପଣ ଏଗୁଡ଼ିକୁ ଅନ୍‌ଇନ୍‌ଷ୍ଟଲ କରିବାକୁ ଚାହୁଁନାହାନ୍ତି ତେବେ ଡିଜାବଲ କରିଦିଅନ୍ତୁ।

କ୍ରୋମ୍‌ରେ ଡାଟା ସେଭର୍ ଅନ୍ କରନ୍ତୁ

ଫୋନ୍‌ରେ ବ୍ରାଉଜିଂ ପାଇଁ କ୍ରୋମ୍ ବ୍ୟବହାର କରାଯାଏ। ବ୍ରାଉଜିଂ ସମୟରେ ଓ୍ଵେବ୍‌ସାଇଟ୍‌ର କିଛି Cache ଏକାଠି ହୋଇଯାଏ, ଯାହାକି ଅଧିକ ସମୟ ବ୍ୟବହାର କରିବା ଫଳରେ ଜିବିରୁ ଅଧିକ ହୋଇପାରେ। ଫଳରେ ଫୋନ୍ ସ୍ଲୋ ହେବା ସହ ହ୍ୟାଙ୍ଗ୍ ହୋଇଥାଏ।କିନ୍ତୁ କ୍ରୋମ୍‌କୁ ଅପ୍ଟିମାଇଜ୍ କରି ଏହାକୁ ଫିକ୍ସ କରାଯାଇପାରେ। କ୍ରୋମ୍‌ରେ ଡାଟା ସେଭର୍ ମୋଡ୍ ଅନ୍ କରି ଫୋନ୍‌ର କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରାଯାଇପାରିବ।

ଓ୍ଵିଜେଟ(widget) ଓ ଲାଇଭ୍ ଓ୍ଵାଲପେପର ବନ୍ଦ କରନ୍ତୁ

ସ୍ମାର୍ଟଫୋନ୍‌ ସ୍ଲୋ କିମ୍ବା ହ୍ୟାଙ୍ଗ୍ ହେଉଥିଲେ ଓ୍ଵିଜେଟ୍ ଓ ଲାଇଭ୍ ଓ୍ଵାଲପେପର ବ୍ୟବହାର କରନ୍ତୁନାହିଁ। ଏହା ଅଧିକ ମେମୋରି ବ୍ୟବାହାର କରେ ଏବଂ ପ୍ରୋସେସିଂ ସ୍ଲୋ କରିଥାଏ। ଏଗୁଡ଼ିକୁ ବ୍ୟବହାର କରିବା ଦ୍ଵାରା ସିପିୟୁ ସହିତ ବ୍ୟାଟେରି ଉପରେ ବି ଚାପ ପଡ଼ିଥାଏ। ଫଳରେ ଡିଭାଇସ୍ ସ୍ଲୋ ହୋଇଯାଏ।

Comment