ଓଡ଼ିଶାଲାଇଭ୍ ବ୍ୟୁରୋ

ଫୋନ୍ ଚାର୍ଜ କରିବା ସମୟରେ କେତେକ ସାବଧାନତା ଅବଲମ୍ବନ କରିବା ନିହାତି ଜରୁରୀ। ନଚେତ୍ ଚାର୍ଜ ଜଲ୍‌ଦି ସରିବା, ବ୍ୟାଟେରି ସାଙ୍ଗେ ସାଙ୍ଗେ ଗରମ ହୋଇଯିବା, ବ୍ୟାଟେରି ଫାଟିବା ଭଳି ସମସ୍ୟା ସୃଷ୍ଟି ହୁଏ। ତେବେ ଆସନ୍ତୁ ଜାଣିବା ସେମିତି କିଛି ଟିପ୍ସ ବିଷୟରେ…

ରାତିସାରା ଚାର୍ଜ କରନ୍ତୁ ନାହିଁ

କିଛି ଲୋକ ଫୋନ୍‌କୁ ରାତିସାରା ଚାର୍ଜିଂରେ ବସାଇଥାନ୍ତି। କିନ୍ତୁ ଏପରି ଅଭ୍ୟାସରୁ ଦୂରେଇ ରୁହନ୍ତୁ। କାରଣ ଫୋନ୍ ଆବଶ୍ୟକତାଠାରୁ ଅଧିକ ସମୟ ଧରି ଚାର୍ଜ ହେଲେ ଫାଟିବାର ସମ୍ଭାବନା ଥାଏ। ଏଥିସହ ଫୋନ୍‌ର କାର୍ଯ୍ୟକ୍ଷମତା ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ।ଅସଲି ଚାର୍ଜର ବ୍ୟବହାର କରନ୍ତୁ

ଅନେକ ଲୋକ ନିଜ ଫୋନ୍‌କୁ ଯେକୌଣସି କମ୍ପାନିର ଚାର୍ଜରରେ ଚାର୍ଜ କରନ୍ତି। କିନ୍ତୁ ଏପରି କରନ୍ତୁ ନାହିଁ। ଏପରି କରିବା ଦ୍ଵାରା ଆପଣଙ୍କ ଫୋନ୍ ଏବଂ ବ୍ୟାଟେରିକୁ କ୍ଷତି ପହଞ୍ଚିଥାଏ। ତେଣୁ ସବୁବେଳେ ଅସଲି ଚାର୍ଜରରେ ହିଁ ଫୋନ୍ ଚାର୍ଜ କରନ୍ତୁ।

ଚାର୍ଜ କଲା ବେଳେ ପ୍ରୋଟେକ୍ଟିଭ୍ ଗ୍ଲାସ୍ କାଢ଼ିଦିଅନ୍ତୁ

ଦାମୀ ଫୋନ୍‌ଗୁଡ଼ିକର ସୁରକ୍ଷା ପାଇଁ ସେଥିରେ ପ୍ରୋଟେକ୍ଟିଭ୍ ଗ୍ଲାସ୍ ଲାଗିଥାଏ। କିନ୍ତୁ ଦେଖାଯାଏ ଯେ ଲୋକମାନେ ସେହି ଗ୍ଲାସ୍ ସହିତ ଫୋନ୍‌କୁ ଚାର୍ଜରେ ବସାଇ ଦିଅନ୍ତି। ଯଦି ଆପଣ ଏମିତି କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ।କାରଣ ପ୍ରୋଟେକ୍ଟିଭ୍ ଗ୍ଲାସ୍ ସହିତ ଫୋନ୍‌କୁ ଚାର୍ଜ କଲେ ବ୍ୟାଟେରି ଗରମ ହୋଇଯାଏ। ଯଦି ସମୟ ଥାଉଥାଉ ଫୋନ୍‌କୁ ଡିସ୍‌ଚାର୍ଜ କରାନଯାଏ ତେବେ ବ୍ୟାଟେରି ଫାଟିବାର ଆଶଙ୍କା ରହିଥାଏ। ତେଣୁ ଫୋନ୍‌ ଚାର୍ଜ କରିବା ସମୟରେ ଫୋନ୍‌ରୁ ପ୍ରୋଟେକ୍ଟିଭ୍ ଗ୍ଲାସ୍ କାଢ଼ିଦିଅନ୍ତୁ।

ପାଓ୍ଵାର ବ୍ୟାଙ୍କ୍‌ରୁ ଚାର୍ଜ କରୁଥିଲେ ଫୋନ୍ ବ୍ୟବହାର କରନ୍ତୁନି

ସମୟ ଅଭାବରୁ ହେଉ ଅଥବା ଲାଇନ୍‌ ନଥିବା କାରଣରୁ ଅନେକ ଲୋକ ପାଓ୍ଵାର ବ୍ୟାଙ୍କ୍‌ ସାହାଯ୍ୟରେ ଫୋନ୍ ଚାର୍ଜ କରିଥାନ୍ତି। ଏହି ସମୟରେ ସେମାନେ ଫୋନ୍ ମଧ୍ୟ ବ୍ୟବହାର କରନ୍ତି। କିନ୍ତୁ ଏଭଳି କରିବା ଦ୍ଵାରା ସ୍ମାର୍ଟଫୋନ୍‌ର କାର୍ଯ୍ୟକ୍ଷମତା, ବ୍ୟାଟେରି, ଡିସ୍‌ପ୍ଲେ ଏକା ସହ ଖରାପ ହୋଇପାରେ। ତେଣୁ ଏଭଳି ଅଭ୍ୟାସ ତୁରନ୍ତ ବଦଳାନ୍ତୁ।

Comment