ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ବାଇଶି ପାହାଚର ହେବ ମରାମତି। ଏଥିପାଇଁ ପ୍ରତ୍ନତତ୍ତ୍ୱ ବିଭାଗର ଏକ ଟିମ୍ ଆଜି ବାଇଶି ପାହାଚର ଅନୁଧ୍ୟାନ କରିଛନ୍ତି। ପ୍ରଥମେ ଏହାକୁ ମାପଚୁପ କରିବା ସହିତ ପ୍ରତ୍ନତତ୍ତ୍ୱ ବିଭାଗର ଟିମ୍ ଦୁର୍ବଳ ପାହାଚଗୁଡ଼ିକ ଚିହ୍ନଟ କରିଛନ୍ତି।

ବାଇଶି ପାହାଚରେ ଯେଉଁ ଦୁର୍ବଳ ପଥରଗୁଡ଼ିକ ଅଛି ସେଗୁଡିକୁ ପରିବର୍ତ୍ତନ କରାଯିବ। ଏହା ବଦଳରେ ନୂଆ ପଥର ଆସି ବାଇଶି ପାହାଚର ମରାମତି କରାଯିବ ବୋଲି ଜଣାପଡ଼ିଛି।ଏହାପୂର୍ବରୁ ଶ୍ରୀମନ୍ଦିର ଉତ୍ତରପଟ ଦ୍ୱାର ଓ ପଶ୍ଚିମ ଦ୍ୱାରର ପାହାଚ ମଧ୍ୟ ମରାମତି କରାଯାଇଥିଲା। ଏବେ ଶ୍ରୀମନ୍ଦିର ସିଂହଦ୍ୱାର ପାଖରେ ଥିବା ବାଇଶି ପାହାଚର ମଧ୍ୟ ମରାମତି ହେବ ବୋଲି ଜଣାପଡ଼ିଛି। ପ୍ରତ୍ନତତ୍ତ୍ୱ ବିଭାଗର ଏହି ଟିମ୍ ଆଜି ବାଇଶି ପାହାଚର ଅନୁଧ୍ୟାନ କରିବା ସହିତ ମହାଲକ୍ଷ୍ମୀ ଓ ବିମଳାଙ୍କ ମନ୍ଦିର ମଧ୍ୟ ଅନୁଧ୍ୟାନ କରିଛନ୍ତି।

Comment