ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ଓ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କରିବେ ନବୀନ। ଆସନ୍ତାକାଲି ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନବୀନ ପଟ୍ଟନାୟକ ଡିଜିଟାଲ  ଜରିଆରେ ପ୍ରଚାର କରିବେ। ଏହାର ପରଦିନ ଅର୍ଥାତ ୨୯ ତାରିଖରେ ନବୀନ ବାଲେଶ୍ୱର ଉପ ନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କରିବେ।

ନବୀନ ପ୍ରଚାର ମଇଦାନକୁ ଓହ୍ଲାଇବା ପୂର୍ବରୁ ଦଳର ଅନେକ ନେତା ବାଲେଶ୍ୱର ଓ ତିର୍ତ୍ତୋଲ ଯାଇ ପ୍ରଚାର ଅଭିଯାନ ଚଳାଇଛନ୍ତି। ଏହି ଦୁଇ ଆସନରେ ବିଜେଡି ସହ ବିଜେପିର ଜୋରଦାର ଟକ୍କର ହେବ ବୋଲି କୁହାଯାଉଛି। ତେଣୁ ଭୋଟ ଗ୍ରହଣ ହେବାର ୫ ଦିନ ପୂର୍ବରୁ ନବୀନ ଏହି ଦୁଇ ଆସନ ପାଇଁ ପ୍ରଚାର କରିବେ।

ଏହି ଦୁଇ ବିଧାନସଭା ଆସନ ହାତେଇବାକୁ ବିଜେଡି ଜୋରଦାର କସରତ କରୁଛି। ତିର୍ତ୍ତୋଲରେ ଦଳ ଦିବଙ୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିବାବେଳେ, ବାଲେଶ୍ୱରରେ ଦଳ ନୂଆ ମୁହଁ ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରିଛି। ନଭେମ୍ବର ୩ ତାରିଖରେ ବାଲେଶ୍ୱର ଓ ତିର୍ତ୍ତୋଲରେ ଉପ ନିର୍ବାଚନ ଭୋଟ୍ ହେବ।

Comment