ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମରେ ବାଣ ଭିଡ଼ିଲା ବେଳେ ଘଟିଗଲା ଏକ ଭୟଙ୍କର ବିସ୍ଫୋରଣ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଉଛନ୍ତି କେ ଭୀମପୁର ଗାଁର ବୁଲୁ ମଲ୍ଲିକ। ଗୁରୁତର ବ୍ୟକ୍ତିଦ୍ଵୟଙ୍କୁ ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶେରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ଆଗକୁ ଦୀପାବଳି ଆସୁଥିବାରୁ ଗଞ୍ଜାମ ଜିଲ୍ଲା ସୋରଡ଼ ବ୍ଲକ ବଡ଼ଗଡ଼ ଥାନା କେ ଭୀମପୁର ଗାଁରେ ଗୁରୁବାର ତିନିଜଣ ବ୍ୟକ୍ତି ବାଣ ତିଆରି କରୁଥିଲେ। ଏହି ସମୟରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ବେଳେ ଅନ୍ୟ ୨ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଶେରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି।

Comment