ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀ ଉପରେ କବିତା ଓ କାହାଣୀ ଲେଖି ବିଶ୍ୱର ସର୍ବକନିଷ୍ଠ ଲେଖକ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଜଣେ ୭ ବର୍ଷର ଝିଅ। ସେ ହେଲେ ରାଷ୍ଟ୍ରକବି ମୈଥିଳିଶରଣ ଗୁପ୍ତା ଓ ସନ୍ଥ କବି ସିୟାରାମଶରଣ ଗୁପ୍ତାଙ୍କ ନାତୁଣୀ ଅଭିଜିତା ଗୁପ୍ତା।

ଅଭିଜିତା ଏହି କରୋନା କାଳରେ ଘରେ ରହି ନିଜର ପାରଦର୍ଶିତା ଦେଖାଇଛନ୍ତି। କରୋନାକୁ ନେଇ ସେ ବିଭିନ୍ନ କବିତା ଓ କାହାଣୀ ଲେଖିଥିଲେ। ସେହି ସବୁ ଲେଖାକୁ ସେ ଏକାଠି କରି ଏବେ ଏକ ପୁସ୍ତକ ପ୍ରକାଶ କରିଛନ୍ତି। ଯାହାର ନାଁ ରହିଛି ‘ହାପିନେସ୍‌ ଅଲ୍‌ ଆରାଉଣ୍ଡ’।

ଏହି ପୁସ୍ତକ ପାଇଁ ଦ ଇଣ୍ଟରନାସନାଲ ବୁକ୍‌ ଅଫ୍‌ ରେକଡର୍ସ ତାଙ୍କୁ ବିଶ୍ୱର ସର୍ବ କନିଷ୍ଠ ଲେଖକ ମାନ୍ୟତା ପ୍ରଦାନ କରିଛି। ଅଭିଜିତା ଏବେ ଗାଜିଆବାଦରେ ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ୫ ବର୍ଷ ବୟସରୁ ଅଭିଜିତା ଲେଖା ଲେଖି ଆରମ୍ଭ କରିଛନ୍ତି।

Comment