ଓଡ଼ିଶାଲାଇଭ୍ ବ୍ୟୁରୋ

ବାୟୁସେନା ଦିବସରେ ଏଥର କମାଲ୍ ଦେଖାଇବ ରାଫେଲ୍ ଯୁଦ୍ଧ ବିମାନ। ୫୬ଟି ଏୟାରକ୍ରାଫ୍ଟ ସହ ଏଥର ରାଫେଲ୍ ଯୁଦ୍ଧ ବିମାନ ମଧ୍ୟ ବାୟୁସେନା ଦିବସର ଫ୍ଲାଇଙ୍ଗ୍ ମାର୍ଚ୍ଚରେ ସାମିଲ୍ ହେବ ବୋଲି ଜଣାପଡ଼ିଛି।

ଗତଥର ମୋଟ ୫୧ଟି ଏୟାରକ୍ରାଫ୍ଟ ବାୟୁସେନା ଦିବସରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ହେଲେ ଏଥର ମୋଟ ୫୬ଟି ଏୟାରକ୍ରାଫ୍ଟ ବାୟୁସେନା ଦିବସରେ ନିଜର ଉଡ଼ାଣ ଭରିବା ସହିତ ଶକ୍ତି ପ୍ରଦର୍ଶନ କରିବେ। ଏହା ମଧ୍ୟରେ ନୂଆକରି ସାମିଲ୍ ହୋଇଥିବା ରାଫେଲ୍ ଯୁଦ୍ଧ ବିମାନ ମଧ୍ୟ ସାମିଲ ଅଛି।

ଚୀନ୍ ସହ ଲାଗିରହିଥିବା ସୀମା ବିବାଦ ଭିତରେ ଭାରତୀୟ ବାୟୁସେନାକୁ ମିଳିଛି ୫ଟି ଶକ୍ତିଶାଳୀ ରାଫେଲ୍ ଯୁଦ୍ଧ ବିମାନ। ଏହାଦ୍ୱାରା ଭାରତୀୟ ସେନାର ଶକ୍ତି ଦ୍ୱିଗୁଣିତ ହୋଇଛି ବୋଲି କୁହାଯାଉଛି। ଏହା ଶତ୍ରୁ ପକ୍ଷକୁ ମାତ୍ ଦେବା ସହ ଯେକୌଣସି ସଙ୍କଟରୁ ରକ୍ଷା କରିବାର କୌଶଳ ରଖିଛି।

୧୯୩୨ ମସିହା ଅକ୍ଟୋବର ୮ ତାରିଖରେ ଭାରତୀୟ ବାୟୁସେନାର ସ୍ଥାପନା ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ ଏହା ଅକ୍ଟୋବର ୮ ତାରିଖରେ ପାଳନ କରାଯିବ। ପ୍ରତିଥର ଭଳି ଏଥର ମଧ୍ୟ ଏହା ଗାଜିଆବାଦର ହିଣ୍ଡନ ଏୟାରବେସରେ ହେବ।

Comment