ଓଡ଼ିଶାଲାଇଭ୍ ବ୍ୟୁରୋRafale

ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି ଭାରତୀୟ ବାୟୁସେନା। କାରଣ ବୁଧବାର ଆଉ ୩ଟି ରାଫେଲ୍‌ ଯୁଦ୍ଧ ବିମାନ ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡ଼ାଣ ଭରିଛି। ଆଜି ସନ୍ଧ୍ୟା ସୁଦ୍ଧା ଏଗୁଡ଼ିକ ଅମ୍ବାଲା ଏୟାରବେସ୍‌ରେ ପହଞ୍ଚିବ ବୋଲି ଜଣାପଡ଼ିଛି। ଗତ ଜୁଲାଇ ୨୮ ତାରିଖରେ ୫ଟି ରାଫେଲ୍‌ ଭାରତ ଆସିଥିଲା ଓ ସେପ୍ଟେମ୍ବର ୧୦ ତାରିଖରେ ସେଗୁଡ଼ିକୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା।

ଆଜି ୩ଟି ରାଫେଲ୍‌ ଆସିବା ପରେ ଭାରତରେ ରାଫେଲ୍‌ ଯୁଦ୍ଧ ବିମାନ ସଂଖ୍ୟା ୮ରେ ପହଞ୍ଚିବ। ପୂର୍ବରୁ ଆସିଥିବା ୫ଟି ରାଫେଲ୍‌କୁ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ନିୟୋଜିତ କରାଯାଇଛି। ଏହି ଯୁଦ୍ଧ ବିମାନଗୁଡ଼ିକୁ ଉଡ଼ାଇବା ଲାଗି ଫ୍ରାନ୍ସରେ ଭାରତୀୟ ବାୟୁସେନାର ପାଇଲଟ୍‌ମାନଙ୍କୁ ପର୍ଯ୍ୟାୟକ୍ରମେ ତାଲିମ ଦିଆଯାଉଛି।Rafale landedମୋଟ ୩୬ଟି ରାଫେଲ୍‌ ପାଇଁ ଭାରତ ଓ ଫ୍ରାନ୍ସ ମଧ୍ୟରେ ଚୁକ୍ତି ହୋଇଛି। ୨୦୨୧ ଜାନୁଆରୀ ମାସରେ ଆଉ ୩ଟି ରାଫେଲ୍‌ ଭାରତ ଆସିବ। ଏହାପରେ ମାର୍ଚ୍ଚ ମାସରେ ପୁଣି ୩ଟି ରାଫେଲ୍‌ ଭାରତକୁ ହସ୍ତାନ୍ତର କରିବା ଫ୍ରାନ୍ସ।

ସେହିପରି ଆସନ୍ତାବର୍ଷ ଏପ୍ରିଲ ଭିତରେ ଫ୍ରାନ୍ସରୁ ଆଉ ୭ଟି ରାଫେଲ୍‌ ବିମାନ ଭାରତ ଆସିବ। ଏହି ପ୍ରକାରେ ଭାରତକୁ ୨୦୨୧ ଅପ୍ରେଲ ମାସ ସୁଦ୍ଧା ମୋଟ ୨୧ଟି ରାଫେଲ୍‌ ବିମାନ ମିଳିଯିବ ବୋଲି ଜଣାପଡ଼ିଛି।

Comment