ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ନିଜ ଗସ୍ତରେ ବାହାରି ସାରିଛି। ଗତକାଲି ଦଳର ଖେଳାଳିମାନେ ଅଷ୍ଟ୍ରେଲିଆ ଗସ୍ତରେ ଯିବା ସହିତ ସେମାନଙ୍କର ଫଟୋ ସେଆର କରିଛନ୍ତି। ତେବେ ଏହି ଗସ୍ତରେ ରୋହିତ ଶର୍ମା ଓ ଇଶାନ୍ତ ଶର୍ମା ଦଳ ସହ ଯାଇନାହାନ୍ତି। ସେମାନେ ପରେ ଯାଇ ଦଳ ସହ ଯୋଗଦେବେ ବୋଲି ବିସିସିଆଇ ସୂଚନା ଦେଇଛି।ନଭେମ୍ବର ୨୭ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କ୍ରିକେଟ୍ ସିରିଜ୍ ଆରମ୍ଭ ହେବ। ପ୍ରଥମେ ଦିନିକିଆ ଏହାପରେ ଟି-ଟ୍ୱେଣ୍ଟି ସିରିଜ୍ ଖେଳାଯିବ। ଏହି ଦୁଇଟି ସିରିଜ୍ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରିଟିକିଆ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ଏଥିପାଇଁ ଟିମ୍ ଇଣ୍ଡିଆ ବୁଧବାର ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି।

ଅନ୍ୟପଟେ କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟ ଦିନିକିଆ ଓ ଟି-ଟ୍ୱେଣ୍ଟି ଦଳ ପରେ ଟେଷ୍ଟ ଦଳ ଘୋଷଣା କରିଛି। ୧୭ ଜଣିଆ ଏହି ଦଳରେ ଟିମ୍ ପେନଙ୍କୁ ନେତୃତ୍ୱ ଭାର ଦିଆଯାଇଛି।ଅଷ୍ଟ୍ରେଲିଆ ଟେଷ୍ଟ ଟିମ୍: ଟିମ୍ ପେନ୍ (ଅଧିନାୟକ), ଜେମ୍ସ ପାଟିନସନ୍, ୱିଲ୍ ପୁକୋଭସ୍କି, ଷ୍ଟିଭ୍ ସ୍ମିଥ୍, ମିଚେଲ୍ ଷ୍ଟାର୍କ, ମିଚେଲ୍ ସ୍ବେପସନ୍, ମାଥ୍ୟୁ ୱେଡ୍, ଡେଭିଡ୍ ୱାର୍ଣ୍ଣର୍, ସିନ୍ ଆବୋଟ୍ଟ, ଜୋ ବର୍ନସ୍, ପ୍ୟାଟ୍ କମିନ୍ସ (ଉପ ଅଧିନାୟକ), କାମେରନ୍ ଗ୍ରୀନ୍, ଜୋଶ୍ ହେଜଲଉଡ୍, ଟ୍ରେଭିସ୍ ହେଡ୍, ମାର୍ନସ୍ ଲାବୁଶୋନ୍, ନେଥନ୍ ଲାୟନ୍, ମାଇକେଲ୍ ନେସାର।

ଭାରତର ଅଷ୍ଟ୍ରେଲିଆ ଗସ୍ତର ଖେଳସୂଚୀ

  • ପ୍ରଥମ ଦିନିକିଆ – ନଭେମ୍ବର ୨୭ – ସିଡନୀ
  • ଦ୍ୱିତୀୟ ଦିନିକିଆ – ନଭେମ୍ବର ୨୯ – ସିଡନୀ
  • ତୃତୀୟ ଦିନିକିଆ- ଡିସେମ୍ବର ୨ –  କାନବେରା
  • ପ୍ରଥମ ଟି-୨୦ – ଡିସେମ୍ବର ୪ – କାନବେରା
  • ଦ୍ୱିତୀୟ ଟି-୨୦– ଡିସେମ୍ବର ୬ – ସିଡନୀ
  • ତୃତୀୟ ଟି-୨୦ –  ଡିସେମ୍ବର ୮ –  ସିଡନୀ
  • ପ୍ରଥମ ଟେଷ୍ଟ – ଡିସେମ୍ବର ୧୭ରୁ – ଡିସେମ୍ବର ୨୧ – ଆଡିଲେଡ୍ (ଦିବାରାତ୍ର)
  • ଦ୍ୱିତୀୟ ଟେଷ୍ଟ –  ଡିସେମ୍ବର ୨୬ରୁ – ଡିସେମ୍ବର ୩୦ –ମେଲବୋର୍ଣ୍ଣ
  • ତୃତୀୟ ଟେଷ୍ଟ- ଜାନୁଆରୀ ୭ରୁ ଜାନୁଆରୀ ୧୧ –ସିଡନୀ
  • ଚତୁର୍ଥ ଟେଷ୍ଟ ମ୍ୟାଚ୍ – ଜାନୁଆରି ୧୫ରୁ – ଜାନୁଆରି ୧୯ – ବ୍ରିସବେନ୍

Comment