ଓଡ଼ିଶାଲାଇଭ୍‌ ବ୍ୟୁରୋ

କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ମନେ ରଖିବା ପାଇଁ ସେମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଏ। ଭାରତ ସମେତ ବିଦେଶରେ ମଧ୍ୟ ଏହି ପରମ୍ପରା ଦେଖିବାକୁ ମିଳିଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତୁର୍କମେନିସ୍ତାନର ରାଷ୍ଟ୍ରପତି ଗୁରୁବାଙ୍ଗୁଲି ବର୍ଡିମୁହାମେଡୋ ତାଙ୍କ ପ୍ରିୟ କୁକୁରର ପ୍ରାୟ ୨୦ ଫୁଟ ଉଚ୍ଚର ଏକ ସୁନା ପ୍ରତିମୂର୍ତ୍ତି ସ୍ଥାପନା କରିଛନ୍ତି।

ଏହି ପ୍ରତିମୂର୍ତ୍ତି ତୁର୍କମେନିସ୍ତାନର ରାଜଧାନୀ ଅଶଗାବତର ଏକ ନୂଆ ଅଞ୍ଚଳରେ ସ୍ଥାପନ କରାଯାଇଛି। ୨୦୦୭ ମସିହାରୁ ଦେଶରେ ରାଷ୍ଟ୍ରପତି ଥିବା ଗୁରୁବାଙ୍ଗୁଲି ବୁଧବାର ଦିନ ଏହି ଆଲବି ପ୍ରଜାତିର କୁକୁରର ଏକ ବିରାଟ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି।

ଏହି ପ୍ରତିମୂର୍ତ୍ତି ପିତ୍ତଳରେ ନିର୍ମିତ ହୋଇଛି। ଏହା ଉପରେ ୨୪ କ୍ୟାରେଟ୍ ସୁନାର ଆସ୍ତରଣ ଲଗାଯାଇଛି। ଏବଂ ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୨୦ ଫୁଟ ରହିଛି।

ରିପୋର୍ଟ ଅନୁସାରେ ଗୁରୁବାଙ୍ଗୁଲିଙ୍କୁ ଏହି ପ୍ରଜାତିର କୁକୁର ବହୁତ ପସନ୍ଦ। ଏହି କୁକୁର କେବଳ ତୁର୍କମେନିସ୍ତାନରେ ଦେଖାଯାଆନ୍ତି। ତେଣୁ ସେମାନେ ତୁର୍କମେନିସ୍ତାନର ଜାତୀୟ ପରିଚୟ ସହିତ ଜଡିତ ଥିବା କୁହାଯାଏ। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଏହି କୁକରର ପ୍ରତିମୂର୍ତ୍ତି ଲଗାଇଥିବା ଜଣାପଡ଼ିଛି।

Comment