ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର କ୍ରିକେଟ୍ ଇତିହାସରେ ଗାଙ୍ଗୁଲି, ଧୋନୀ ଓ କୋହଲିଙ୍କୁ ତିନି ସଫଳ ଅଧିନାୟକ ଭାବେ ଗଣାଯାଏ। ଏହି ତିନି ଅଧିନାୟକଙ୍କ ସମୟରେ ଟିମ୍ ଇଣ୍ଡିଆ ବିଶ୍ୱର ବଡ଼ ବଡ଼ ଟିମକୁ ହରାଇପାରିଛି। ତେବେ ଏହି ତିନି ଅଧିନାୟକଙ୍କ ଭିତରେ ଗୋଟିଏ ଅଜବ ପ୍ରକାରର ସଂଯୋଗ ରହିଛି, ଯାହା ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ।

ଏହି ତିନି କ୍ରିକେଟରଙ୍କ ସର୍ବୋଚ୍ଚ ସ୍କୋର ହେଉଛି ୧୮୩ । କ୍ୟାପଟେନ୍ ହେବା ପୂର୍ବରୁ ଏହି ତିନି ଖେଳାଳି ସେମାନଙ୍କର ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର କରିଥିଲେ। ଯାହା ପରେ ସେମାନେ ଭାରତୀୟ ଦଳର ନେତୃତ୍ୱ ନେବାର ସୁଯୋଗ ପାଇଥିଲେ।ସୌରଭ ଗାଙ୍ଗୁଲି

୧୯୯୯ ମସିହାରେ ବିଶ୍ୱକପ୍ ଇଂଲଣ୍ଡରେ ଖେଳାଯାଉଥିଲା। ଏହି ବିଶ୍ୱକପରେ ସୌରଭ ଶ୍ରୀଲଙ୍କା ବିପକ୍ଷରେ ଦମଦାର ୧୮୩ ରନର ଇଂନିସ ଖେଳିଥିଲେ। ଯେଉଁଥିରେ ୧୭ଟି ଚୌକା ଓ ୭ଟି ଛକା ସାମିଲ ଥିଲା। ଏହି ମ୍ୟାଚରେ ଗାଙ୍ଗୁଲି ଓ ଦ୍ରାବିଡ଼ଙ୍କ ଭିତରେ ସବୁଠୁ ଲମ୍ବା ପାର୍ଟନରସିପ୍ କରିଥିଲେ। ଏହାପରେ ୧୯୯୯ରୁ ୨୦୦୫ ପର୍ଯ୍ୟନ୍ତ ସୌରଭ ଗାଙ୍ଗୁଲି ଟିମ୍ ଇଣ୍ଡିଆର ନେତୃତ୍ୱ ନେବା ସହ ଦଳକୁ ଅନେକ ସଫଳତା ଦେଇଥିଲେ। ତାଙ୍କ ନେତୃତ୍ୱରେ ଦଳ ୨୦୦୩ ବିଶ୍ୱକପର ରନର୍ସ ଅପ୍ ହୋଇଥିଲା।ମହେନ୍ଦ୍ର ସିଂହ ଧୋନୀ

ମହେନ୍ଦ୍ର ସିଂହ ଧୋନୀ ୨୦୦୫ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ୧୮୩ ରନର ଧୁଆଁଧାର ଇଂନିସ ଖେଳିଥିଲେ। କୌଣସି ୱିକେଟ୍ କିପର ବ୍ୟାଟ୍ସମ୍ୟାନଙ୍କ କ୍ଷେତ୍ରରେ ମଧ୍ୟ ଏହା ସବୁଠୁ ଅଧିକ ସ୍କୋର ଥିଲା। ଏହାପରେ ଧୋନୀ ୨୦୦୭ ମସିହାରୁ ଟିମ୍ ଇଣ୍ଡିଆର ନେତୃତ୍ୱ ନେଇଥିଲେ। ତାଙ୍କ ନେତୃତ୍ୱରେ ଦଳ ସଫଳତାର ଶୀର୍ଷରେ ପହଞ୍ଚିବା ସହିତ ଟି-ଟ୍ୱେଣ୍ଟି, ଦିନିକିଆ ବିଶ୍ୱକପ୍ ଓ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା।

ବିରାଟ କୋହଲି

ବର୍ତ୍ତମାନ ଟିମ୍ ଇଣ୍ଡିଆର ଅଧିନାୟକ ଥିବା ବିରାଟ କୋହିଲଙ୍କ ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର ହେଉଛି ୧୮୩। ସେ ୨୦୧୨ ମସିହାରେ ବାଂଲାଦେଶରେ ଆୟୋଜିତ ହୋଇଥିବା ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଏହି ଇଂନିସ ଖେଳିଥିଲେ। ତାଙ୍କ ଏହି ଇଂନିସ ଯୋଗୁଁ ଦଳ ୩୩୦ ରନର ଲକ୍ଷ୍ୟ ପିଛା କରିଥିଲା।

LEAVE A REPLY

Please enter your comment!
Please enter your name here