ଓଡ଼ିଶାଲାଇଭ୍ ବ୍ୟୁରୋ

ସାଂପ୍ରତିକ ସ୍ଥିତିରେ ଶିଳ୍ପ ଜଗତର ସ୍ଥିତି ଏବଂ ଏହାର ଭବିଷ୍ୟତ ପାଇଁ ଶିଳ୍ପ ଜଗତର ଅଗ୍ରଣୀ ଶିଳ୍ପଦ୍ୟୋଗୀମାନେ ଜାଭିୟର ଇଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଭୁବନେଶ୍ଵର (ଏକ୍ସଆଇଏମ୍‌ବି)ର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କୁ ଦିଗ୍‌ଦର୍ଶନ ଦେଇଛନ୍ତି। ଗତ ଦୁଇ ସପ୍ତାହ ଧରି ଶିଳ୍ପ ଜଗତର ବିଭିନ୍ନ ବିଷୟକୁ ନେଇ ଏହି ଆଲୋଚନା ଏକ୍ସଆଇଏମ୍‌ବିରେ ହୋଇଥିଲା।

ପ୍ରଥମ ପର୍ୟ୍ୟାୟରେ ନଭେମ୍ଵର ୭ରେ ଏକ୍ସଆଇଏମ୍‌ବିର ମାର୍କେଟିଂ ସହଯୋଗୀ ମାକ୍ସିଆନ ପକ୍ଷରୁ ଫ୍ଲାଗସିପ୍ ଇଭେଣ୍ଟ ‘ମର୍କାଟିକ୍’ ଆୟୋଜନ କରାଯାଇଥିଲା। ଏହି ଇଭେଣ୍ଟରେ ‘ନୂତନ ଦଶନ୍ଧିରେ ମାର୍କେଟିଂ ଇନୋଭେସନର ମହତ୍ତ୍ଵ’ ବିଷୟରେ ଆଲୋଚନା କରାଯାଇଥିଲା। ପ୍ରଫେସର ସନ୍ଦିପ ଆଚାର୍ଯ୍ୟ ଏହି ସେସନକୁ ପରିଚାଳନା କରିଥିବା ବେଳେ ସିସ୍କା ଗ୍ରୁପର ମୁଖ୍ୟ ପରିଚାଳନା ଅଧିକାରୀ ଅମିତ ସେଥିଆ, ମ୍ୟାକ୍ସ ହେଲ୍ଥକେୟାର ମାର୍କେଟିଂ ମୁଖ୍ୟ ମୋହନ ମେନନ, ସିଇଏଟି ସ୍ପେଶିଆଲିଟି ମାର୍କେଟିଂ ମୁଖ୍ୟ ଗୌରବ ଫୁଲ୍ ଏବଂ ପଇସା ବଜାର ଡଟ୍ କମ୍‌ର ମୁଖ୍ୟ ପରିଚାଳନା ଅଧିକାରୀ ସୋଇ ନାରାୟଣ ଆଦି ବିଷୟ ଉପରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଶେଷରେ ‘ମାକ୍ସେଡ’ ନାମକ ଏକ ମାଗାଜିନ ଉନ୍ମୋଚନ କରାଯାଇଥିଲା ବେଳେ ମାକ୍ସିଆନ ଷ୍ଟୁଡେଣ୍ଟ କୋଅଡିନେଟର ଆଶିଷ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ଦ୍ଵିତୀୟ ପର୍ଯ୍ୟାୟରେ ନଭେମ୍ଵର ୮ରେ ଏକ୍ସଆଇଏମ୍‌ବିର ଫାଇନାନ୍ସ ଆସୋସିଏସନ ଏକ୍ସପିନ୍ ପକ୍ଷରୁ ଫ୍ଲାଗସିପ୍ ଇଭେଣ୍ଟ ଫିନୋମିକ୍ସ ଆୟୋଜନ କରାଯାଇଥିଲା। ଏହି ଇଭେଣ୍ଟରେ ‘ଲିକ୍ଵିଡିଟି: ଦି ପ୍ଲାଜମା ଫର ଆନ୍ ଆଲିଙ୍ଗ ଇକୋନୋମୀ’ ବିଷୟରେ ଆଲୋଚନା କରାଯାଇଥିଲା। ପ୍ରଫେସର ଏସ୍ କେ ପାଢ଼ୀ ଏହି ସେସନକୁ ପରିଚାଳନା କରିଥିବା ବେଳେ କ୍ରେଡିବିଲ ଡଟ୍ ଇନ୍‌ର ପ୍ରତିଷ୍ଠାତା ସଭ୍ୟ ରୋହିତ ଆନନ୍ଦ, ଏସ୍‌ବିଆଇ ଅର୍ଥନୀତିକ ପରାମର୍ଶଦାତା ଗ୍ରୁପର ମୁଖ୍ୟ ଡକ୍ଟର ସୌମ୍ୟ କାନ୍ତି ଘୋଷ ଏବଂ ଚୋଳମଣ୍ଡଳମ କ୍ରେଡିଟ ଆଣ୍ଡ କମ୍ପ୍ଲାଏନସେସର ମୁଖ୍ୟ ଅଜୟ ଭାଟିଆ ଆଦି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଶେଷରେ ‘ଫିନାଷ୍ଟ୍ର’ ଏକ ମାଗାଜିନ ଉନ୍ମୋଚନ କରାଯାଇଥିଲା ବେଳେ ଏକ୍ସପିନ୍ ଷ୍ଟୁଡେଣ୍ଟ କୋଅଡିନେଟର ମାନସ ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

ସେହିପରି ତୃତୀୟ ପର୍ଯ୍ୟାୟରେ ନଭେମ୍ଵର ୮ରେ ଏକ୍ସଆଇଏମ୍‌ବିର ପରାମର୍ଶ ଏବଂ ରଣନୀତି କନ୍ସୋର୍ଟିୟମ୍‌ କନଷ୍ଟାକ୍ଟ ପକ୍ଷରୁ ଫ୍ଲାଗସିପ୍ ଇଭେଣ୍ଟ ଷ୍ଟାର୍ଟୋନୋମିକ୍‌ସ ଆୟୋଜନ କରାଯାଇଥିଲା। ପ୍ରଫେସର ଅମର କେ ଜେ ଆର୍ ନାୟକ ଏହି ସେସନକୁ ପରିଚାଳନା କରିଥିବା ବେଳେ ଆସିଆନ ପେଣ୍ଟ୍‌ସ ଗ୍ରୁପର ବ୍ରାଣ୍ଡ ମ୍ୟାନେଜର ରୋହନ ପ୍ରଶର, ସିକୋ ଗ୍ରୁପର ଗ୍ଲୋବାଲ ଆକାଉଣ୍ଟ ମ୍ୟାନେଜର ଅକସତ ମୋହିନ୍ଦ୍ରା, ପ୍ରିମିୟମ ପାର୍ଟନର୍ସ ଇଣ୍ଡିଆର କୋ ପାଉଣ୍ଡର ଏବଂ ମୁଖ୍ୟା ପରିଚାଳକ ଦେବରୂପ ଧର ଆଦି ବୈପବ୍ଳିକ ଏବଂ ସ୍ଥାୟୀତ୍ଵ ସ୍ଥିତିରେ ଅନିର୍ଦ୍ଧିଷ୍ଟତା ବ୍ୟବସାୟ ମଧ୍ୟରୁ କିପରି ମୁକ୍ତି ଦିଆଯାଇପାରିବ ସେ ବାଦବରେ ଆଲୋଚନା କରିଥିଲେ। ଷ୍ଟାର୍ଟୋନୋମିକ୍‌ସ ୨୦ ପ୍ରତିଯୋଗୀତାର ବିଜେତା ଚୟନ ସହ ଷ୍ଟୁଡେଣ୍ଟ କୋଅଡିନେଟର ତନୁଜ ପେଡିସିଟି ଧନ୍ୟବାଦ ଅର୍ପଣ କରିଥିଲେ।

ଚତୁର୍ଥ ପର୍ଯ୍ୟାୟରେ ନଭେମ୍ଵର ୧୫ରେ ଏକ୍ସଆଇଏମ୍‌ବିର ଅପରେସନ କମିଟି ଏକ୍ସଓପ୍ସ ପକ୍ଷରୁ ଫ୍ଲାଗସିପ୍ ଇଭେଣ୍ଟ ‘ଅଶ୍ଵେମେଧ ୨୦’ଆୟୋଜନ କରାଯାଇଥିଲା। ଏହି ସେସନର ବିଷୟ ଥିଲା ପ୍ରଯୁକ୍ତିବାଦ୍ୟାର ଉତ୍ଥାନ ଏବଂ ଭବିଷ୍ୟତରେ ଏହାର ଯୋଗାଣ ନିରନ୍ତରତା। ଆଇକୋନିକ ଫ୍ୟାସନ ଇଣ୍ଡିଆର ମୁଖ୍ୟ ଅପରେଟିଙ୍ଗ ଅଫିସର ପ୍ରିୟରଞ୍ଜନ କୁମାର, ପର୍ଫେଟି ଭାନ ମିଲେର ଆସୋସିଏଟ ଡାଇରେକ୍ଟର ଉମେଶ ଯୋଶୀ, ଇଙ୍କର୍ ରୋବୋଟିକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ରମଣ, ବଣ୍ଟନ ଜେନେରାଲ୍ ମ୍ୟାନେଜର ବିନୋଦ କୁମାର ଆଦି ଏହି ସେସନର ପରିଚାଳନା କରିଥିଲେ। ଇଭେଣ୍ଟ ଶେଷରେ ଏକ୍ସ-ଅପ୍ସର ଛାତ୍ର ସଂଯୋଜକ ଆଲୋକ କୁମାର ହୋଟା ଧନ୍ୟବାଦ ଅର୍ପଣ କରିବାକୁ ପ୍ରସ୍ତାବ ଦେଇଥିଲେ।

ପଞ୍ଚମ ପର୍ଯ୍ୟାୟରେ ନଭେମ୍ଵର ୧୫ରେ ଏକ୍ସଆଇଏମ୍‌ବିର ସିଷ୍ଟମ୍ ଆସୋସିଏସନ୍ ସ୍କିକ୍ସ ପକ୍ଷରୁ ଫ୍ଲାଗସିପ୍ ଇଭେଣ୍ଟ  ‘ଏନଭିଜନ୍ 2020’ ଆୟୋଜନ କରାଯାଇଥିଲା। ଏହି କନକ୍ଲେଭ୍‌ର ବିଷୟବସ୍ତୁ ଥିଲା ‘କରୋନା ସମୟରେ ବ୍ୟବସାୟ ବଦଳାଇବାରେ ଏଆଇର ଭୂମିକା।’ ବାଟୋଇ ସିଷ୍ଟମ୍‌ର ସିଇଓ ତଥା ନିର୍ଦ୍ଦଏଶକ ଅଶ୍ୱିନୀ କୁମାର ରଥ, ସିସକୋ ଟେକ୍ନିକାଲ୍ ଏବଂ ମାର୍କେଟିଂ ହେଡ୍ ରବି ଚନ୍ଦ୍ରନ୍, ଟିସିଏସ୍ ମାର୍କେଟିଂ ଟ୍ରାନ୍ସଫର୍ମେସନ୍ ସୋମିଆ ବାନାର୍ଜୀ ଏହି ଉତ୍ସବରେ ସମ୍ମାନିତ ବକ୍ତା ଥିଲେ। ଇଭେଣ୍ଟ ଶେଷରେ ସ୍କିକ୍ସର ଛାତ୍ର ସଂଯୋଜକ ସିଦ୍ଧାର୍ଥ ସ୍ଵାଇଁ  ଧନ୍ୟବାଦ ଅର୍ପଣ କରିଥିଲେ।

Comment