ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇଦ୍ରାବାଦର ଅଗସ୍ତ୍ୟ ଜୟସଓ୍ୱାଲ ୧୪ ବର୍ଷ ବୟସରେ ଗ୍ରାଜୁଏସନ ପାସ୍‌ କରିଛନ୍ତି।

ମାତ୍ର ୧୪ ବର୍ଷ ବୟସରେ ବି.ଏ ପାସ୍‌ କଲେ ହାଇଦ୍ରାବାଦର ଅଗସ୍ତ୍ୟ ଜୟସଓ୍ୱାଲ। ଏତେ କମ୍‌ ବୟସରେ ବିଏ ପାସ୍‌ କରିଥିବା ଭାରତର ପ୍ରଥମ ବାଳକ ଭାବେ ସେ ରେକର୍ଡ କରିଛନ୍ତି। ଯାହାପରେ ତାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି।

ଅଗସ୍ତ୍ୟ ଓସମାନିଆ ବିଶ୍ୱବିଦ୍ୟାଳୟରୁ  ସାମ୍ବାଦିକତା ଓ ଗଣ ଯୋଗାଯୋଗରେ ଡିଗ୍ରୀ ହାସଲ କରିଛନ୍ତି। ଭଲ ପାଠ ପଢ଼ିବା ସହିତ ଅଗସ୍ତ୍ୟଙ୍କ ଅନ୍ୟ କଳା ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। କାରଣ ସେ ଜାତୀୟ ସ୍ତରର ଜଣେ ଟେବୁଲ୍ ଟେନିସ୍ ଖେଳାଳି। ଏହାସହ ସେ ଜଣେ ଓ ଗାୟକ ମଧ୍ୟ।  ଗୀତ ଗାଇବା ସହିତ ସେ ପିଆନୋ ମଧ୍ୟ ବଜାଇ ପାରନ୍ତି। ସେହିପରି ଅଗସ୍ତ୍ୟ ଦୁଇ ହାତରେ ଲେଖିପାରେ ବି ମାହିର। ବହୁ ପ୍ରତିଭାର ଅଧିକାରୀ ଅଗସ୍ତ୍ୟ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି।

ଅଗସ୍ତ୍ୟଙ୍କ କହିବା କଥା ଯେ ସେ ଏତେ କମ୍ ବୟସରେ ଯାହା ହାସଲ କରିଛନ୍ତି ତାହା ଯେ କେହି ବି ହାସଲ କରିପାରିବେ। ଏଥିରେ କିଛି ନୂଆ ନାହିଁ। ଏଥିପାଇଁ କେବଳ ଠିକ ମାର୍ଗଦର୍ଶନ ଆବଶ୍ୟକ। ଏହାସହ କେବଳ ବାପା, ମା’ଙ୍କଠାରୁ ଭଲ ତାଲିମ ମିଳିବା ଆବଶ୍ୟକ।

ଏହାପୂର୍ବରୁ ଅଗସ୍ତ୍ୟ ତେଲେଙ୍ଗାନାର ପ୍ରଥମ ଛାତ୍ର ଭାବେ ୯ ବର୍ଷ ବୟସରେ ଦଶମ ପାସ କରି ସାରାଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲେ।

ଦୁଇ ବର୍ଷ ବୟସରେ ୩୦୦ ରୁ ଅଧିକ ପ୍ରଶ୍ନର ଉତ୍ତର ଦେଇ ଚର୍ଚ୍ଚାକୁ ଆସିଥିଲେ ଅଗସ୍ତ୍ୟ

ଅଗସ୍ତ୍ୟ ଯେତେବେଳେ ମାତ୍ର ୨ ବର୍ଷ ବୟସର ହୋଇଥିଲେ ସେତେବେଳୁ ତାଙ୍କ ଭିତରର ପ୍ରତିଭା ଫୁଟି ବାହାରିଥିଲା। କାରଣ ସେ ସମୟରେ ସେ ଲଗାତର ୩୦୦ଟି ପଶ୍ନର ଉତ୍ତର ଦେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ। ଏଥିପାଇଁ କେହି କେହି ତାଙ୍କୁ ‘ଗୁଗୁଲ ବୟ’ ମଧ୍ୟ କହନ୍ତି।

ପିଲାବେଳେୁ ଅଗସ୍ତ୍ୟ ତାଙ୍କ ବାପା, ମା’ଙ୍କୁ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଶ୍ନ ପଚାରନ୍ତି। ବାପା, ମା’ଙ୍କ ଉତ୍ତରକୁ ଅଗସ୍ତ୍ୟ ବେଶ୍‌ ଭଳ ମନେ ରଖିପାରନ୍ତି। ପୁଅର ଏଭଳି କଳାକୁ ଦେଖି ବେଶ୍‌ ଗର୍ବିତ ଅନୁଭବ କରୁଛନ୍ତି ଅଗସ୍ତ୍ୟଙ୍କ ବାପା, ମା’।

Comment