ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବହୁ ଚର୍ଚ୍ଚିତ ଆଇଏଏସ୍ ଦମ୍ପତି ଟିନା ଡାବି, ଅତହର ଅମୀର
  • ୨୦୧୫ରେ ପ୍ରେମ, ୨୦୧୮ରେ ବିବାହ
  • ୨୦୨୦ରେ ଛାଡ଼ପତ୍ର ପାଇଁ ଆବେଦନ

ଆଇଏଏସ୍‌ ପରୀକ୍ଷାରେ ସାଙ୍ଗ ହୋଇ ହୋଇଥିଲେ ଟପ୍ପର। ଜଣଙ୍କର ରାଙ୍କ୍‌ ଥିଲା ଓ୍ୱାନ୍‌, ଆଉ ଜଣଙ୍କର ରାଙ୍କ୍‌ ଟୁ’। ଟ୍ରେନିଂ ସମୟରେ ହୋଇଥିଲା ପ୍ରେମ,ଏହାପରେ ବିବାହ। ଏହି ଦୁଇ ଆଇଏଏସ ଟିନା ଡାବି, ଅତହର ଅମୀର ଖାନ୍‌ଙ୍କ ଯୋଡ଼ିଙ୍କୁ ନେଇ ସେତେବେଳେ ବେଶ ଚର୍ଚ୍ଚା ହୋଇଥିଲା। ଆଉ ଏବେ ଏମାନେ ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି। ଏମିତିକି ରାଜସ୍ଥାନ ଜୟପୁରର ଏକ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ ସରିଛି।

୨୦୧୫ରୁ ଟିନା ଓ ଅତହରଙ୍କ ଲଭଷ୍ଟୋରି ଆରମ୍ଭ ହୋଇଥିଲା। ଦିଲ୍ଲୀର ପର୍ସନାଲ ଆଣ୍ଡ ଟ୍ରେନିଂ ଡିପାର୍ଟମେଣ୍ଟର ଏକ କାର୍ଯ୍ୟକ୍ରମରେ ଉଭୟଙ୍କର ଭେଟ ହୋଇଥିଲା। ଏହାପରେ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେ ସମୟରେ ବିବାହ ସାରାଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା। କାରଣ ଦିଲ୍ଲୀର ଟିନା ହିନ୍ଦୁ ହୋଇଥିଲା ବେଳେ ଜମ୍ମୁ କଶ୍ମୀର ଅତହର ମୁସଲମାନ। ଏହି କାରଣରୁ ବିବାହକୁ ହିନ୍ଦୁ ମହାସଭା ବିରୋଧ କରିଥିଲା।

ଏହା ଲଭ୍‌ ଜିହାଦର ଷଡ଼ଯନ୍ତ୍ର ବୋଲି ହିନ୍ଦୁ ମହାସଭା କହିଥିଲା। ବହୁ ବିରୋଧ ସତ୍ତ୍ୱେ ଉଭୟ ୨୦୧୮ରେ ବିବାହ କରିଥିଲେ। ବିବାହ ପରେ କିଛି ଦିନ ବୈବାହିକ ଜୀବନ ଠିକଠାକ୍‌ ଚାଲିଥିଲା।  କିନ୍ତୁ ଏବେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି।  କିଛି ଦିନ ପୂର୍ବରୁ ଉଭୟ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରି ଦେଇଥିବା ଜଣାପଡ଼ିଛି। ଏହାସହ ଏବେ ସେମାନେ ଆଉ ସାଙ୍ଗରେ ରହିବାକୁ ଚାହୁଁନଥିବା ଆବେଦନରେ ଦର୍ଶାଇଛନ୍ତି।

ଏବେ ଟିନା ରାଜସ୍ଥାନ ଅର୍ଥ ବିଭାଗର ଯୁଗ୍ମ ସଚିବ ଥିଲା ବେଳେ ଅତହର ଇଜିଏସ୍‌ର ସିଇଓ ଭାବେ କାର୍ଯ୍ୟରତ ଅଛନ୍ତି।

LEAVE A REPLY

Please enter your comment!
Please enter your name here