ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇଏଏସ ସ୍ତରରେ ବଡ଼ଧରଣର ଅଦଳ ବଦଳ ହୋଇଛି। ତିନି ମହାନଗର ନିଗମର କମିଶନର ବଦଳି ନୂଆ କମିଶନର ନିଯୁକ୍ତି ହୋଇଥିବାବେଳେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ବଦଳିଛନ୍ତି।

ଗୁରୁବାର, ଜୁନ ୧୬ ତାରିଖରେ ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ସାମଲ ଜଳ ସଂପଦ ଯୁଗ୍ମ ସଚିବ ଭାବେ ନିଯୁକ୍ତି ପାଇଥିବାବେଳେ କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡି. ହେଲେ ଓଏସଏମସିଏଲ ଏମ୍‌ଡି ଭାବେ ନିଯୁକ୍ତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଥିବା ବିଜୟ ଅମୃତା କୁଲାଙ୍ଗେ ଭୁବନେଶ୍ଵର ମହାନଗର ନିଗମର କମିଶନର ଭାବେ ନିଯୁକ୍ତ ହୋଇଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାପାଳ ଥିବା ନିଖିଲ ପବନ କଲ୍ୟାଣଙ୍କୁ କଟକ ମହାନଗର ନିଗମ କମିଶନର ଏବଂ ଜେ. ସୋନାଲଙ୍କୁ ବ୍ରହ୍ମପୁର ମହାନଗର ନିଗମର କମିଶନର ଭାବେ ନିଯୁକ୍ତ କରାଯାଇଛି। ଏହା ସହ ସୂର୍ଯ୍ୟବଂଶୀ ମୟୂର ବିକାଶ ଭୁବନେଶ୍ୱର ମହାନଗର ଅତିରିକ୍ତ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। 

ସେହିଭଳି ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ କୃଷି ନିର୍ଦ୍ଦେଶକ ଦାୟିତ୍ଵ ମିଳିଥିବାବେଳେ ସଂଗ୍ରାମ ମହାପାତ୍ରଙ୍କୁ ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନୂଆ ଦାୟିତ୍ଵ ମିଳିଛି। ମଧୁସ୍ମିତା ସାହୁ ରାଜସ୍ୱ ବିଭାଗ ଯୁଗ୍ମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ଏବଂ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଜିଏ ବିଭାଗ ଅନୁସଚିବ ଭାବେ ନିଯୁକ୍ତ କରାଯାଇଛି। ସରୋଜ କୁମାର ମିଶ୍ର ହେଲେ ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଏବଂ ତ୍ରିଲୋଚନ ମାଝୀଙ୍କୁ ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି। ସେହିପରି କୀର୍ତ୍ତୀ ଭାସନ ଗଞ୍ଜାମ ପିଡି ଡିଆଆରଡିଏ ଭାବେ ନିଯୁକ୍ତ ହୋଇଛନ୍ତି।

କେ. ସୁଦର୍ଶନ ଚକ୍ରବର୍ତ୍ତୀ ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି। ନିଖିଲ ପବନ କଲ୍ୟାଣଙ୍କ ସ୍ଥାନରେ ସୁନ୍ଦରଗଡ଼ ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି ଗାଭାଲି ପରାଗ ହର୍ଷଦ। ସେହିପରି ସ୍ୱଧା ଦେବସିଂ ରାୟଗଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଥିବାବେଳେ ଏବଂ ଅନନ୍ୟା ଦାସ ସମ୍ବଲପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି। ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଗଞ୍ଜାମ ଜିଲ୍ଲାପାଳ ଏବଂ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଭଦ୍ରକ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି।

ସେହିପରି ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ବାଲେଶ୍ୱର ଜିଲ୍ଲାପାଳ ନୂଆ ଦାୟିତ୍ଵ ପାଇଥିବାବେଳେ ସୋମେଶ କୁମାର ଉପାଧ୍ୟାୟଙ୍କୁ ଦେବଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ପି. ଅନ୍ୱେଷା ରେଡ୍ଡୀ କଳାହାଣ୍ଡି ଜିଲ୍ଲାପାଳ ଏବଂ ପାଟିଲ ଆଶିଷ ଈଶ୍ୱରଙ୍କୁ କନ୍ଧମାଳ ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ଏହା ସହ ହେମକାନ୍ତ ସାଏ ନୂଆପଡ଼ା ଜିଲ୍ଲାପାଳ ଭାବେ ନୂଆ ଦାୟିତ୍ଵ ପ୍ରଦାନ କରାଯାଇଛି।

Tags: #BureaucraticReshuffle #IAS #BMC

Comment