ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦଶମ ଓ ଯୁକ୍ତ ୨ ପରୀକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ ସ୍ଥିତିରେ ପରୀକ୍ଷା ହେବାକୁ ଥିବାରୁ ଏଥିପାଇଁ ଜାତୀୟ ସ୍ତରରେ ଗାଇଡଲାଇନ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି।

ଏହାସହ ବୋର୍ଡ ପରୀକ୍ଷା ପାଇଁ ସମୟ ପ୍ରସ୍ତୁତ କରାଯାଉ। ପରୀକ୍ଷା ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରନ୍ତୁ। ଏହାଦ୍ୱାରା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦ୍ୱନ୍ଦ୍ୱ ଦୂର ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଡିଜିଟାଲ ମାଧ୍ୟମରେ ପିଲାମାନଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା ହୋଇଥିଲା। ମାତ୍ର ସବୁ ପିଲାଙ୍କ ପାଖରେ ପହଞ୍ଚିବା ସମ୍ଭବ ହୋଇନାହିଁ। ତେଣୁ ପରୀକ୍ଷା ନେଇ କ’ଣ କରାଯିବ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ନବୀନ ଚିଠିରେ ଲେଖିଛନ୍ତି।

ଅନ୍ୟପଟେ ରାଜ୍ୟରେ ମାଟ୍ରିକ ପରୀକ୍ଷା ଓ ଯୁକ୍ତ ୨ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ସିଲାବସ୍‌ ସରିନଥିବାରୁ ପିଲାମାନେ କିପରି ପରକ୍ଷା ଦେବେ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ତେବେ ଅତିକମ୍‌ରେ ୩ ମାସ କ୍ଲାସରେ ପାଠପଢ଼ା ହେବା ପରେ ଯାଇ ପରୀକ୍ଷା ହେବ ବୋଲି ପୂର୍ବରୁ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ କହିସାରିଛନ୍ତି।

ଯଦି ସର୍ବଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ପାଇଁ ନିଷ୍ପତ୍ତି ହୁଏ ତେବେ ରାଜ୍ୟରେ ବି ପରୀକ୍ଷା ବନ୍ଦ ହୋଇପାରେ। କିନ୍ତୁ ରାଜ୍ୟ ସରକାର ତାଙ୍କ ଆଡ଼ୁ ପରୀକ୍ଷା ବନ୍ଦ କରିବେ ନାହିଁ ମନ୍ତ୍ରୀ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି।

Comment