ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯିବ ଶେଷ ଦିନିକିଆ। ସକାଳ ୯ଟା ୧୦ ମିନିଟରେ ଏହି ମ୍ୟାଚ୍ ଖେଳିବାକୁ ଖେଳାଳିମାନେ ଓଭାଲ ଗ୍ରାଉଣ୍ଡକୁ ଓହ୍ଲାଇବେ। ଭାରତ ପାଇଁ ଏହି ମ୍ୟାଚ୍ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ଅଷ୍ଟ୍ରେଲିଆ ଏହାକୁ ଜିତି ସିରିଜ୍ କ୍ଲିନ୍ ସୁଇପ୍ କରିବାକୁ ଲକ୍ଷ୍ୟ ରଖିଛି।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ ନଭେମ୍ବର ୨୭ରୁ ଆରମ୍ଭ ହୋଇଥିଲା। ହେଲେ ପ୍ରଥମ ଦୁଇ ଦିନିକିଆରେ ଟିମ୍ ଇଣ୍ଡିଆକୁ ମାତ୍ ଦେଇଥିଲା ଅଷ୍ଟ୍ରେଲିଆ। ଫଳରେ ଗୋଟିଏ ମ୍ୟାଚ୍ ପୂର୍ବରୁ ଟ୍ରଫି ଉପରେ କବଜା କରିଥିଲେ କଙ୍ଗାରୁ ଦଳ।

ତେବେ ଏହି ମ୍ୟାଚ୍ ଜିତି କୋହଲି ବାହିନୀ ନିଜ ସମ୍ମାନ ବଞ୍ଚାଇବାକୁ ନିଶ୍ଚୟ ଚେଷ୍ଟା କରିବ। ଗତ ମ୍ୟାଚରେ ଦଳ ଯାହାସବୁ ଭୁଲ କରିଥିଲା ତାକୁ ସୁଧାରି ଦଳ ପଡ଼ିବାକୁ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଦିନିକିଆ ସିରିଜ୍ ଶେଷ ହେବା ପରେ ଡିସେମ୍ବର ୪ ତାରିଖରୁ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଓ ଚାରୋଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ।

Comment