ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରୁ ଜାମିନ୍ ଖାରଜ ହୋଇଯିବା ପରେ ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜାମିନ ଦେବା ପାଇଁ ସେ ହାଇକୋର୍ଟଙ୍କୁ ନିବେଦନ କରିଛନ୍ତି।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅଭୟ ପାଠକଙ୍କୁ ଗିରଫ କରିଛି  ଭିଜିଲାନ୍ସ। ଡିସେମ୍ବର ୨ରେ ଗିରଫ ହେବା ପରେ ଅଭୟଙ୍କୁ ୯ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

ଏହାପରେ ୩ଦିନିଆ ରିମାଣ୍ଡରେ ନେବା ପାଇଁ ଭିଜିଲାନ୍ସକୁ ଅଦାଲତ ଅନୁମତି ଦେଇଥିଲେ। ଏବେ ଭିଜିଲାନ୍ସ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି। ଆଜି ତାଙ୍କ ରିମାଣ୍ଡର ଶେଷ ଦିନ ରହିଛି। ତେବେ ଅଧିକ ପଚରାଉଚରା ପାଇଁ ଅଭୟଙ୍କୁ ପୁଣି ଥରେ ରିମାଣ୍ଡରେ ନେଇପାରେ ଭିଜିଲାନ୍ସ।

Comment