ଓଡ଼ିଶାଲାଇଭ୍ ବ୍ୟୁରୋ

ଟିମ୍ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ଭିତରେ ଆଜି ଖେଳାଯିବ ଦ୍ୱିତୀୟ ଟି-ଟ୍ୱେଣ୍ଟି। ଭାରତୀୟ ସମୟ ଦିନ ୧ଟା ୪୦ ମିନିଟରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯିବ।

ଏହି ମ୍ୟାଚ୍ ଜିତି କୋହଲି ବାହିନୀ ସିରିଜ୍ କବଜା କରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପଟେ କଙ୍ଗାରୁ ଦଳ ଏହି ମ୍ୟାଚ୍ ଜିତି ସିରିଜ୍ ବରାବର କରିବାକୁ କସରତ କରିବ। ତେଣୁ ଦୁଇ ଦଳ ପାଇଁ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଅନ୍ୟପଟେ ଟିମ୍ ଇଣ୍ଡିଆକୁ ଏହି ମ୍ୟାଚ ପୂର୍ବରୁ ଏକ ବଡ଼ ଝଟକା ଲାଗିଛି। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆହତ ହୋଇ ସିରିଜରୁ ବାଦ୍ ପଡ଼ିଛନ୍ତି। ତେଣୁ ଏଥର ଚୂଡ଼ାନ୍ତ ଏକାଦଶରେ ଟିମ୍ ଇଣ୍ଡିଆର ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି।

ସେହିପରି ଅଷ୍ଟ୍ରେଲିଆ ମଧ୍ୟ ଚୂଡ଼ାନ୍ତ ଏକାଦଶରେ କିଛି ବଦଳି କରିପାରେ ବୋଲି କୁହାଯାଉଛି। ତେବେ ସୁପର ସଣ୍ଡେର ଏହି ସୁପର ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଥିବା ଜଣାପଡୁଛି।

Comment