ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଡିସେମ୍ଵର ୧୬ରେ ଓ୍ଵାକ୍ ଇନ୍ ଇଣ୍ଟରଭିୟୁ ଅଛି। ଆଶାୟୀ ପ୍ରାର୍ଥୀମାନେ ଇଣ୍ଟରଭିୟୁ ନିମନ୍ତେ ଆବେଦନ କରିପାରିବେ।
ପଦବୀ ନାମ ଏବଂ ସଂଖ୍ୟା
- ଡାକ୍ତର (DHH-SNCU) – ୨ଟି
- ଡାକ୍ତର (NCD & DMHP) – ୨ଟି
- ଜନ ସ୍ଵାସ୍ଥ୍ୟ ପରିଚାଳକ – ୧ଟି
ଉଭୟ ବିଭାଗରେ ଡାକ୍ତର ପଦବୀ ପାଇଁ ୧୬ ଡିସେମ୍ଵର ସକାଳ ୧୧ଟାରେ ଓ୍ଵାକ୍ ଇନ୍ ଇଣ୍ଟରଭ୍ୟୁ ରହିଛି।
ଯୋଗ୍ୟତା
- ଡାକ୍ତର (DHH-SNCU) – ଏମ୍ବିବିଏସ୍ ଡିଗ୍ରୀ ସହିତ ପେଡ୍ରିଆଟିକ୍ ଓ୍ଵାର୍ଡରେ ୨ବର୍ଷର ଅନୁଭୂତି ଥିବା ଆବଶ୍ୟକ।
- ଡାକ୍ତର (NCD & DMHP) – ଯେକୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ଵବିଦ୍ୟଳୟରୁ ଏମ୍ବିବିଏସ୍ ଡିଗ୍ରୀ ହାସଲ ସହିତ MCI ପଞ୍ଜୀକୃତ ହୋଇଥିବା ଆବଶ୍ୟକ।
ବୟସ ସୀମା – ସର୍ବାଧିକ ୬୮ ବର୍ଷ
ବେତନ ହାର – ୬୬,୬୭୯ ଟଙ୍କା (ମାସିକ)
ଜନ ସ୍ଵାସ୍ଥ୍ୟ ପରିଚାଳକ (Public Health Manager)
ଯୋଗ୍ୟତା –
- ପବ୍ଲିକ ହେଲ୍ଥ ମ୍ୟାନେଜମେଣ୍ଟରେ ମାଷ୍ଟର ଡିଗ୍ରୀ କିମ୍ଵା ପିଜି ଡିପ୍ଲୋମା କୋର୍ସ କରିଥିବା ଆବଶ୍ୟକ।
- ସଂପୃକ୍ତ କ୍ଷେତ୍ରରେ ୧ ବର୍ଷର ଅଭିଜ୍ଞତା ରଖିଥିବା ଆବଶ୍ୟକ।
ବୟସ ସୀମା – ସର୍ବନିମ୍ନ ୨୧ ବର୍ଷ ଏବଂ ସର୍ବାଧିକ ୪୫ ବର୍ଷ
ବେତନ ହାର – ୨୨,୯୭୩ ଟଙ୍କା (ମାସିକ)
ଡିସେମ୍ଵର ୨୨ ତାରିଖ ସୁଦ୍ଧା ଆବେଦନ କରନ୍ତୁ।














