ଓଡ଼ିଶାଲାଇଭ୍ ବ୍ୟୁରୋ

jobଓଡ଼ିଶାର ଆଗଧାଡ଼ିର ଡିଜିଟାଲ ପ୍ଲାଟଫର୍ମ ଓଡ଼ିଶାଲାଇଭ୍ ମିଡିଆ ନେଟୱର୍କ ତରଫରୁ ବିଭିନ୍ନ ପଦବୀରେ ନିଯୁକ୍ତି ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଛି। ବିଭିନ୍ନ ନ୍ୟୁଜ ଗଣମାଧ୍ୟମ, ରେଡିଓ ଓ ଟେଲିଭିଜନ ଚ୍ୟାନେଲ, କମ୍ୟୁନିକେସନ ଏଜେନ୍ସି ଏବଂ ସୋସିଆଲ ମିଡିଆ ଫାର୍ମରେ କାମ କରୁଥିବା ଦକ୍ଷ ଏବଂ ଅଭିଜ୍ଞ ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ। ଫ୍ରେସରମାନେ ମଧ୍ୟ ଆବେଦନ କରିବାର ସୁଯୋଗ ରହିଛି।

ପଦବୀଗୁଡ଼ିକ ହେଲା 

୧. ସିନିୟର କଣ୍ଟେଣ୍ଟ ରାଇଟର (ଇଂରାଜୀ)

୨. ସିନିୟର କମ୍ୟୁନିକେସନ କନସଲଣ୍ଟାଣ୍ଟ

୩. କମ୍ୟୁନିକେସନ କନସଲଣ୍ଟାଣ୍ଟ

୪. ସିନିୟର ପ୍ରଡ୍ୟୁସର / ପ୍ରଡ୍ୟୁସର

୫. ଭିଜୁଆଲ ଏଡିଟର

୬. କ୍ରିଏଟିଭ୍ ଡାଇରେକ୍ଟର

୭. ପ୍ରୋଜେକ୍ଟ ମ୍ୟାନେଜର

ଉପରୋକ୍ତ କୌଣସି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ accounts@oldigital.in ଇ-ମେଲ୍ ଜରିଆରେ ନିଜର ସିଭି ତୁରନ୍ତ ପଠାଇପାରିବେ।କମ୍ପାନି ସମ୍ପର୍କରେ

୨୦୧୨ ମସିହାରେ ପ୍ରତିଷ୍ଠିତ ‘ଏକାଡେମି ଫର୍ ମିଡିଆ ଲର୍ଣ୍ଣିଂ ପ୍ରାଇଭେଟ୍ ଲିମିଟେଡ୍’ ଅଧୀନରେ ରହିଛି ଏହାର ତିନୋଟି ମିଡିଆ ବିଭାଗ ‘ଓଡ଼ିଶାଲାଇଭ୍’, ‘ଓଡ଼ିଶାପ୍ଲସ୍’ ଏବଂ ‘ଓଏଲ୍ ଡିଜିଟାଲ୍’।

ଓଡ଼ିଶାଲାଇଭ୍ ରାଜ୍ୟର ଏକ ଅଗ୍ରଣୀ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ଭାବରେ ପରିଚିତ। ଏହାର ନ୍ୟୁଜ୍ ପୋର୍ଟାଲ୍ www.odisha.live ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧୀନରେ ସ୍ଵୀକୃତିପ୍ରାପ୍ତ। ସେହିଭଳି ଭାରତର ଲୋକପ୍ରିୟ ମୋବାଇଲ୍ ଆପ୍ ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ୍ ଆଦି ପ୍ଲାଟଫର୍ମରେ ସ୍ଥାନ ପାଇ ଓଡ଼ିଶାଲାଇଭ୍ ଦେଶ ବିଦେଶର ପାଠକ ଓ ଦର୍ଶକମାନଙ୍କ ପାଖରେ ପହଞ୍ଚିପାରିଛି। ଫେସବୁକ୍, ଟୁଇଟର୍, ଇନଷ୍ଟାଗ୍ରାମ୍, ୟୁଟ୍ୟୁବ୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଓଡ଼ିଶାଲାଇଭ୍ ଏକ ଲୋକପ୍ରିୟ ଚ୍ୟାନେଲ୍ ଭାବେ ସ୍ଵତନ୍ତ୍ର ପରିଚୟ ହାସଲ କରିଛି।ol digital logoଓଡ଼ିଶାଲାଇଭ୍ ମିଡିଆ ନେଟୱର୍କର ଇଂରାଜୀ ମିଡିଆ ପ୍ଲାଟଫର୍ମ ଭାବେ ‘ଓଡ଼ିଶାପ୍ଲସ୍’ ପରିଚିତ। ଏହାର ଓ୍ଵେବସାଇଟ୍ ହେଉଛି www.odisha.plus

ସେହିପରି ଓଏଲ୍ ଡିଜିଟାଲ୍ ହେଉଛି କମ୍ପାନିର ମିଡିଆ ଏଜେନ୍ସି। ବିଭିନ୍ନ ସରକାରୀ ବିଭାଗ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟୋଗ ତଥା ଘରୋଇ କ୍ଷେତ୍ର ସହ ୟୁନିସେଫ୍ ଭଳି ଅନ୍ତର୍ଜାତୀୟ ସଂସ୍ଥାର ଅନୁବନ୍ଧିତ ମିଡିଆ ଓ କମ୍ୟୁନିକେସନ୍ ଏଜେନ୍ସି ଭାବେ ଓଏଲ୍ ଡିଜିଟାଲ୍ ପ୍ରିଣ୍ଟ, ଭିଡିଓ ଏବଂ ଡିଜିଟାଲ୍ ବିଭାଗରେ ବିଭିନ୍ନ ସେବା ଯୋଗାଇ ଦେଇ ଆସୁଛି।ବରିଷ୍ଠ ସାମ୍ବାଦିକ ତଥା କମ୍ୟୁନିକେସନ୍ ସ୍ପେସାଲିଷ୍ଟ ନୀଳାମ୍ବର ରଥ କମ୍ପାନିର ପ୍ରତିଷ୍ଠାତା, ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଭାବେ କାର୍ଯ୍ୟ କରୁଛନ୍ତି।

ଏହି ଅତ୍ୟାଧୁନିକ କମ୍ୟୁନିକେସନ୍ କମ୍ପାନି ଯୁବପିଢ଼ିର ପ୍ରତିଭାମାନଙ୍କୁ ଅଗ୍ରାଧିକାର ଦେଇ ନ୍ୟୁଜ୍ ମିଡିଆ ସହ କ୍ରିଏଟିଭ୍ ମିଡିଆ ଏଜେନ୍ସି ଭଳି ଦୁଇଟି ବିଭାଗରେ କାମ କରି ରାଜ୍ୟ ତଥା ବାହାରେ ନାଁ କରିପାରିଛି।

LEAVE A REPLY

Please enter your comment!
Please enter your name here