ଓଡ଼ିଶାଲାଇଭ୍ ବ୍ୟୁରୋ

CHAKIRI_4ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ପାର୍ଥୀମାନେ ଅନଲାଇନ ଆପ୍ଲିକେସନ ଜରିଆରେ ଆବେଦନ କରିପାରିବେ।

  • ଆବେଦନ ଆରମ୍ଭ – ୨୫.୦୩.୨୦୨୧ (ସକାଳ ୧୦ଟା)
  • ଆବେଦନ ଶେଷ – ୧୧.୦୪.୨୦୨୧ (ସନ୍ଧ୍ୟା ୫.୩୦)

ଆଡିସ୍‌ନାଲ ପ୍ରୋଗ୍ରାମ ଅଫିସର (ଏପିଓ)

ପଦବୀ ସଂଖ୍ୟା – ୧୯ଟି

କେବଳ ଅନୁସୂଚିତ ବର୍ଗର ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ଆବେଦନ ପାଇଁ ବୟସ ସୀମା

  • ସର୍ବନିମ୍ନ – ୨୧ ବର୍ଷ
  • ସର୍ବାଧିକ – ୩୭ ବର୍ଷ

ବେତନ ହାର – ୨୦,୦୦୦ ଟଙ୍କା (ମାସିକ)

ଯୋଗ୍ୟତା

  • ଆବେଦନ କରୁଥିବା ପ୍ରାର୍ଥୀଜଣକ ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ଵା ବିଶ୍ଵବିଦ୍ୟାଳୟରୁ ସୋସିଓଲୋଜି / ସୋସିଆଲ ଓ୍ଵାର୍କ / ଇକୋନୋମିକ୍ସ / ମାସ୍ କମ୍ୟୁନିକେସନରେ ମାଷ୍ଟର ଡିଗ୍ରୀ ହାସଲ କରିଥିବେ।

କିମ୍ଵା

  • ରୁରାଲ ମ୍ୟାନେଜମେଣ୍ଟରେ ଏମବିଏ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
  • ଏମ୍‌ଏସ୍‌-ଅଫିସ ବିଷୟରେ ଜ୍ଞାନ ରଖିଥିବା ସହ ଓଡ଼ିଆ ଟାଇପ୍ କରିପାରୁଥିବା ଆବଶ୍ୟକ।

ସ୍ପେଶାଲିଷ୍ଟ (ଫାଇନାନ୍ସ)

ପଦବୀ ସଂଖ୍ୟା – ୧ଟି

ଆବେଦନ ପାଇଁ ସର୍ବାଧିକ ବୟସ ସୀମା – ୪୫ ବର୍ଷ

ବେତନ ହାର – ୫୦,୦୦୦ ଟଙ୍କା (ମାସିକ)

ଯୋଗ୍ୟତା

  • ଯେକୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ଚାଟାର୍ଡ ଆକାଉଣ୍ଟାଣ୍ଟ୍ / କଷ୍ଟ ଆକାଉଣ୍ଟାଣ୍ଟ୍ କିମ୍ଵା ଫାଇନାନ୍ସରେ ଏମ୍‌ବିଏ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

କିମ୍ଵା

  • କମ୍ପ୍ୟୁଟର ଆପ୍ଲିକେସନରେ ଡିପ୍ଲୋମା କରିଥିବେ ଏବଂ ଡବଲ ଏଣ୍ଟ୍ରି ଆକାଉଣ୍ଟିଂ ଜାଣିଥିବା ଆବଶ୍ୟକ।

ଅଧିକ ଜାଣିବା ପାଇଁ – କ୍ଲିକ୍ କରନ୍ତୁ।

Comment