ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ସଫଳତାର ସହ ଶେଷ ହୋଇଛି କେନ୍ଦ୍ରାପଡ଼ା ସାଇକେଲ କ୍ଲବର ବାର୍ଷିକ ଉତ୍ସବ। ଶନିବାର ସ୍ଥାନୀୟ ସୌଭାଗ୍ୟ ମଣ୍ଡପଠାରେ ଆୟୋଜିତ ଏହି ଉତ୍ସବରେ ଏକ ମେଗା ରକ୍ତଦାନ ଶିବିରରେ ଆୟୋଜନ କରାଯାଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଡାକ୍ତର ବିରେନ୍ଦ୍ର ଦାସଙ୍କ ନେତୃତ୍ଵରେ ଓଡିଶା ବ୍ଲଡ ବ୍ୟାଙ୍କର କର୍ମଚାରୀମାନେ ଶିବିରରେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ସେହିପରି ଏହି ଶିବିରରୁ ୧୨୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ବେଳେ ବାର୍ଷିକ ଉତ୍ସବକୁ ଏପରି ଏକ ରକ୍ତଦାନ ଶିବିର କରି ପାଳନ କରିଥିବାରୁ ସାଇକେଲ କ୍ଲବକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି।  ସୌମ୍ୟ ରଞ୍ଜନ ବିଶ୍ଵାଳଙ୍କ ନେତୃତ୍ୱରେ କଟକର ‘ବାରବାଟୀ ସାଇକ୍ଲିଷ୍ଟ ଆଣ୍ଡ ଆଡ୍‌ଭେଞ୍ଚର୍ କ୍ଲବ୍’ର ୧୫ ଜଣିଆ ଟିମ୍ ସାଇକେଲ ଚାଳନା କରି ଶିବିରରେ ପହଞ୍ଚି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ସମାଜସେବୀ ମୃଣାଳକାନ୍ତ ନାୟକଙ୍କୁ ‘ଆରୋହୀ ସେବା ସମ୍ମାନ’ରେ ସମ୍ମାନିତ କରିଥିଲେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା।

ଏହି ଶିବିରରେ ଜିଲ୍ଲାର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ରହି ରକ୍ତଦାନ କରିଥିଲା ବେଳେ ଏସଡିପିଓ ରାଜୀବ ଲୋଚନ ପଣ୍ଡା, ସୁଭାଶିଷ ଜେନା, ଗଙ୍ଗାଧର ସେଠି, କେଶବ ସାହୁ, ଉମାକାନ୍ତ ଜେନା, ମଳୟ ସାହୁ, ସୁଶାନ୍ତ ନାୟକ, ରାଧାକାନ୍ତ ମହାନ୍ତି, ସୌଜନ୍ୟ ପରିଡା ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ।

Comment