ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ଲେସମେଣ୍ଟ ଅଫିସର ସତିଶ କୁମାର ସାମଲଙ୍କୁ ଇନଷ୍ଟିଚ୍ୟୁଟ ଅଫ ସ୍କଲାର୍ସ ତରଫରୁ ଚଳିତବର୍ଷର ଯୁବ ଗବେଷକ ସମ୍ମାନରେ ସମ୍ମାନିତ କରାଯାଇଛି।
ଗତ ଶନିବାର ଏକ ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ତାଙ୍କ ସନ୍ଦର୍ଭ “ଫ୍ରିକ୍ୱେନ୍ସି ଆଣ୍ଡ ଟେମ୍ପରେଚର ଡିପେଣ୍ଡେଣ୍ଟ ଡାଏଲେକ୍ଟ୍ରିକ ଫିଚର୍ସ ଅଫ ମଲ୍ଟିକମ୍ପୋନେଣ୍ଟ ମ୍ୟାଟେରିଆଲ” ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ସତିଶ କୁମାର ସାମଲ ସୋଆ ଦ୍ୱାରା ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଷ୍ଟ୍ରୁମେଣ୍ଟେସନ ଇଞ୍ଜିନିୟରିଂରେ ବି.ଟେକ୍ କରିଥିବାବେଳେ ଭିଏଲଏସଆଇ ଆଣ୍ଡ ଏମଡେଡେଡ୍ ସିଷ୍ଟମରେ ଏମ୍ ଟେକ୍ କରିଛନ୍ତି। ବର୍ତ୍ତମାନ ସେ ଆଇଟିଇଆରରେ ଇଲେକ୍ଟ୍ରୋନିକ ଫିଲ୍ଡ ସିଫ୍ଟର୍ସରେ ପିଏଚଡି ଜାରି ରଖିଛନ୍ତି।
ଏନସିସି ଏବଂ ଏନଏସଏସରେ ସକ୍ରିୟ ଥିବା ସତୀଶ ୨୦୧୭ ମସିହାରେ ବିଶ୍ୱବିଦ୍ୟାଳୟ ଚାନସେଲର୍ସ ଆୱାର୍ଡ ହାସଲ କରିଥିବା ବେଳେ ୨୦୧୮ରେ ସୋଆ ପକ୍ଷରୁ ଆୟୋଜିତ ନ୍ୟାସନାଲ ଚିଲଡ୍ରେନ୍ସ ସାଇନ୍ସ କଂଗ୍ରେସରେ ସଂଯୋଜକ ଥିଲେ।


















