ଓଡ଼ିଶାଲାଇଭ୍ ବ୍ୟୁରୋ
ସେନାରେ ଚାକିରି ପାଇଁ ଇଚ୍ଛୁକ ଅଛନ୍ତି କି? ତେବେ ଏହି ଖବରଟି ଆପଣଙ୍କ ପାଇଁ ବିଶେଷ ଫଳପ୍ରଦ ହେବ। ଭାରତୀୟ ସେନାବାହିନୀ ଅଧୀନରେ ଏନ୍ସିସି ସ୍ପେଶାଲ ଏଣ୍ଟ୍ରି ସ୍କିମ୍ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଜାନୁଆରି ୨୮ ତାରିଖ ସୁଦ୍ଧା ଅନଲାଇନ ଜରିଆରେ ଆବେଦନ କରିପାରିବେ।
- ଆବେଦନ ପାଇଁ ତାରିଖ ଆରମ୍ଭ – ୩୦.୧୨.୨୦୨୦
- ଆବେଦନ ପାଇଁ ଶେଷ ତାରିଖ – ୨୮.୦୧.୨୦୨୧
ପଦବୀ ନାମ ଏବଂ ସଂଖ୍ୟା
- ଏନ୍ସିସି ମେନ୍ – ୫୦ଟି
- ଏନ୍ସିସି ଓମେନ୍ – ୫ଟି
ଆବେଦନ ପାଇଁ ବୟସ ସୀମା
- ସର୍ବନିମ୍ନ – ୧୯ ବର୍ଷ
- ସର୍ବାଧିକ – ୨୫ ବର୍ଷ
ଯୋଗ୍ୟତା – ଆବେଦନ କରୁଥିବା ପ୍ରାର୍ଥୀଜଣକ ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ଯେକୌଣସି ବିଷୟରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।














