ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଯଶୋବନ୍ତ ନାରାୟଣ ପାଢ଼ୀ): କର୍ଣ୍ଣାଟକର ହୁବାଲି-ଧରଓ୍ୱାଡ ବାଇପାସ୍‌ ରୋଡରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଏଥିରେ ୧୭ ଜଣ ମହିଳା ଡାକ୍ତରଙ୍କ ମୃତ୍ୟୁ ଘଟିବା ସହିତ ୧୦ ଜଣ ଆହତ ହୋଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ରାସ୍ତାର ଦୁଇ ପାର୍ଶ୍ଵରେ ମୃତଦେହଗୁଡିକ ଛିନଭିନ୍ନ ହୋଇ ପଡ଼ିରହିଥିଲା।

ମୃତ ଓ ଆହତ ସମସ୍ତ ଡାଭେଙ୍ଗେର ସେଣ୍ଟ ପାଉଲ କନଭେଣ୍ଟରେ ପଢ଼ୁଥିଲେ। ଏମାନେ ଏବେ ଡାଭେଙ୍ଗେରର ଜେଜେଏମ୍ ମେଡିକାଲ କଲେଜରେ କାର୍ଯ୍ୟ କରୁଥିଲେ। ସମସ୍ତେ ଗୋଆରେ ଆୟୋଜିତ ଏକ ପୁରାତନ ଛାତ୍ରଙ୍କ ସମାବେଶକୁ ଏକ ମିନି ବସ୍‌ରେ ଯାଉଥିଲେ। ହୁବାଲି-ଧରଓ୍ୱାଡ ବାଇପାସ୍‌ ରୋଡ୍‌ରେ ଏକ ଟ୍ରକ ସହିତ ମହିଳା ଡାକ୍ତରମାନଙ୍କୁ ନେଇ ଯାଉଥିବା ମିନିବସ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୧୭ ଜଣ ମହିଳା ଡାକ୍ତର ଆଖି ବୁଜି ଦେଇଥିଲେ।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

Comment