ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଥର ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଅନ୍ୟ ସ୍କୁଲର ଶିକ୍ଷକ ରହିବେ ପରୀକ୍ଷା ନିରୀକ୍ଷକ। ମହାମାରୀ କରୋନା ଯୋଗୁଁ ଯେପରି ଯାତାୟତରେ ପିଲାମାନେ ଅସୁବିଧା ନଭୋଗିବେ ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଖୁବଶୀଘ୍ର ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ପିଲାମାନଙ୍କୁ ଏନେଇ ଜଣାଇ ଦିଆଯିବ।

ଏହାସହିତ ଅଢ଼େଇ ଘଣ୍ଟା ବଦଳରେ ପିଲାମାନେ ଏ ବର୍ଷ ୨ ଘଣ୍ଟା ପରୀକ୍ଷା ଦେବେ। ସୁବ ବିଷୟରେ ୧୦୦ ମାର୍କ ବଦଳରେ ୮୦ର ପରୀକ୍ଷା ହେବ। ଏଥିରେ ୫୦ ମାର୍କ ଅବଜେକଟିଭ, ୩୦ ମାର୍କ ସବଜେକଟିଭ୍‌ ରହିବ।

ସେହିପରି ଏ ବର୍ଷ ପିଲାମାନଙ୍କୁ ପ୍ରଶ୍ନ ଉତ୍ତର ସମ୍ବଳିତ ପୁସ୍ତିକା ‘ପରୀକ୍ଷା ଦର୍ପଣ’ ଯୋଗାଇ ଦିଆଯିବ, ଯାହାକୁ ପଢ଼ି ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ। ମେ’୩ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା।

ପ୍ରତିବର୍ଷ ମାଟ୍ରିକ ପରୀକ୍ଷା ଅନ୍ୟ ସ୍କୁଲରେ ହୋଇଥାଏ। ପଲାମାନେ ସବୁ ବିଷୟରେ ୧୦୦ ମାର୍କର ପରୀକ୍ଷା ଦେଇଥାନ୍ତି। ସେମାନଙ୍କୁ ପରୀକ୍ଷା ଲାଗି ଅଢ଼େଇ ଘଣ୍ଟା ସମୟ ଦିଆଯାଏ। ତେବେ ଏଥର ପରୀକ୍ଷାର କାର୍ଯ୍ୟସୂଚୀ ସମୟ ଓ ସ୍ଥାନ ପରିବର୍ତ୍ତନ କରାଯାଇଛି।

Comment