ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୋମବାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୧-୨୨ ବର୍ଷ ପାଇଁ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

  • କୃଷି ପାଇଁ ମୋଟ ୧୭,୪୬୮ କୋଟି ଟଙ୍କା ବ୍ୟୟବରାଦ
  • ୧ ହଜାର ଉଠା ଜଳସେଚନ ପଏଣ୍ଟ ପୁନଃଉଦ୍ଧାର ପାଇଁ ୧ ଶହ ୬୦ କୋଟି ଟଙ୍କା
  • କାଳିଆ ଯୋଜନା ଅଧିନରେ ୫୦ ହଜାର ପର୍ଯ୍ୟନ୍ତ ଶୂନ ପ୍ରତିଶତ ସୁଧ ହାରରେ କୃଷି ଋଣ
  • କାଳିଆ ଯୋଜନା ପାଇଁ ୧୮ ଶହ କୋଟି
  • ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ ପାଇଁ ୪୫୪ କୋଟି ଟଙ୍କା
  • ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭ କୋଟି ବ୍ୟୟବରାଦ
  • ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ ପାଇଁ ୮୬୦ କୋଟି ଟଙ୍କା
  • ଜଳନିଧି ଯୋଜନା ପାଇଁ ୧୮୦ କୋଟି ଟଙ୍କା
  • ଗଭୀର ନଳ କୂପ ଖନନ କାର‌୍ୟ୍ୟକ୍ରମ ପାଇଁ ୩୮୯ କୋଟି ଟଙ୍କା
  • ଉଦ୍ୟାନ ବିକାଶ କାର‌୍ୟ୍ୟକ୍ରମ ପାଇଁ ୧୩୨ କୋଟି ଟଙ୍କା
  • ଜାତୀୟ ଉଦ୍ୟାନ କୃଷି ମିଶନ ପାଇଁ ୧୨୦ କୋଟି ଟଙ୍କା
  • ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଇଁ ୪୫୦ କୋଟି ଟଙ୍କା
  • କୃଷି ଓ ଆନୁସଙ୍ଗିକ କ୍ଷେତ୍ର ବିକାଶ ପାଇଁ ୬୦ କୋଟି ଟଙ୍କା
  • ମତ୍ସ୍ୟଚାଷ ପାଇଁ ନୀଳ ବିପ୍ଲବରେ ୧୬୧ କୋଟି ଟଙ୍କା
  • ରାଷ୍ଟ୍ରୀୟ ପଶୁଧନ ବିକାଶ ଯୋଜନା ପାଇଁ ୧୦୨ କୋଟି
  • ଉନ୍ନତମାନ ଦୁଗ୍ଧ ପ୍ରକ୍ରିୟାକରଣ ପାଇଁ ୩୪ କୋଟି
  • ପଶୁ ଚିକିତ୍ସା ଭ୍ରାମ୍ୟମାଣ ୟୁନିଟ ପାଇଁ ୨୧ କୋଟି
  • ପଶୁଧନ ସ୍ୱାସ୍ଥ୍ୟସେବା ଉନ୍ନୟନ ପାଇଁ ୧୦୦ କୋଟି
  • ମତ୍ସ୍ୟ ଉତ୍ପାଦକତା ବୃଦ୍ଧି ପାଇଁ ୧୩୭ କୋଟି
  • ମଧୁର ଜଳ ସଘନ ମାଛ ଚାଷ ପାଇଁ ୭୦ କୋଟି
  • ମତ୍ସଚାଷୀଙ୍କ ଦକ୍ଷତା ବିକାଶ ପାଇଁ ୫ କୋଟି
  • ସହରାଞ୍ଚଳରେ ଆଧୁନିକ ସ୍ୱାସ୍ଥ୍ୟକର ମତ୍ସବଜାର ନିର୍ମାଣ ପାଇଁ ୧୦୦ କୋଟି
  • ସମୁଦ୍ରରେ ମାଛଧରା ନିଷିଦ୍ଧ ବେଳେ ବିକଳ୍ପ ଜୀବିକା ପାଇଁ ୯ କୋଟି ଟଙ୍କା
  • ବିହନ ପାଇଁ ଶହେ ଓ ସାର ପାଇଁ ୧୦୦ କୋଟି ଅତିରିକ୍ତ ପାଣ୍ଠି
  • ଏସିବିକୁ ଏମ୍ସ ପ୍ଲସ କରିବାକୁ ୩୫୦୦ କୋଟି ବ୍ୟୟ ଯୋଜନା
  • ପୁରୀ ପାଇଁ ଅବଢ଼ା ଯୋଜନାରେ ୫୪୨ କୋଟି ବ୍ୟୟବରାଦ
  • ଏକାମ୍ର କ୍ଷେତ୍ର ପାଇଁ ୨ଶହ ଓ ସମଲେଇ ପାଇଁ ୨ଶହ କୋଟି ବ୍ୟୟବରାଦ
  • ରାଉରକେଲା ହକି ଷ୍ଟାଡିୟମ ପାଇଁ ୯୦ କୋଟି ବ୍ୟୟବରାଦ

Comment