ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ୧ ତାରିଖରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୬୦ ବର୍ଷ ବୟସରୁ ଅଧିକ ଓ  ବହୁବିଧ ରୋଗାକ୍ରାନ୍ତ ଥିବା ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ। ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି।

ତେବେ ଦେଶବ୍ୟାପୀ ୧୦ ହଜାର ସରକାରୀ ଓ ୨୦ ହଜାର ଘରୋଇ କେନ୍ଦ୍ରରେ ଟିକାକରଣ ହେବ। ସରକାରୀ କେନ୍ଦ୍ରରେ ଯିଏ ବି ଟିକା ନେବେ ତାଙ୍କୁ ମାଗଣରେ ଟିକା ମିଳିବ। କିନ୍ତୁ ଘରୋଇ ଟିକା କେନ୍ଦ୍ରରେ ଯିଏ ଟିକା ନେବେ ତାଙ୍କୁ ନିର୍ଦ୍ଧାରିତ ଅର୍ଥ ଦେବାକୁ ପଡ଼ିବ। କେତେ ଟଙ୍କା ଦେବାକୁ ହେବ ତାହା ଆଗାମୀ ୩/୪ ଦିନରେ ସ୍ଥିର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଜାନୁଆରି ୧୬ରୁ ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିଲା। ଏହି ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here