ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୧ ଶେଷ ସୁଦ୍ଧା ବିଶ୍ୱରୁ କରୋନା ମହାମାରୀ ଯିବା ଭାବିବା ଭୁଲ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରେ ଏଭଳି ହେଉଥିବା ଚର୍ଚ୍ଚାରେ ପୁର୍ଣ୍ଣଚ୍ଛେଦ ପକାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)। ତେବେ କୋଭିଡ ମହାମାରୀକୁ ଯଥାଶୀଘ୍ର ହ୍ରାସ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସମସ୍ତ ପ୍ରକାର ଚେଷ୍ଟା କରୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଜରୁରୀକାଳୀନ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଡକ୍ଟର ମାଇକେଲ ରିୟାନ୍ ଏ କଥା କହିଛନ୍ତି।

ସେହିପରି ଟିକା ଆସିବା ପରେ ବିଶ୍ୱରେ ବିଭିନ୍ନ ଦେଶରେ ନୂଆ କରୋନା ମାମଲା ଓ ମୃତ୍ୟୁସଂଖ୍ୟା ସାମାନ୍ୟ ହ୍ରାସ ପାଇଛି ବୋଲି ସେ କହିଛନ୍ତି। ବର୍ତ୍ତମାନ କରୋନା ନିୟନ୍ତ୍ରଣରେ ଅଛି। ମାତ୍ର ଏହି ବର୍ଷ ଶେଷ ସୁଦ୍ଧା କରୋନା ମହାମାରୀକୁ ପୂରାପୂରି ଭାବେ ଶେଷ କରିବା ପାଇଁ ଆହୁରି ପ୍ରଚେଷ୍ଟାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ୩୫ ଲକ୍ଷ ୩୨ ହଜାର ୩୩କୁ ବୃଦ୍ଧି ପାଇଛି। ମୋଟ ୮ କୋଟି ୯୧ ଲକ୍ଷ ୨୦ ହଜାର ୬୫୧ ଜଣ ସୁସ୍ଥ ହୋଇଛନ୍ତି। ୨ କୋଟି ୧୮ ଲକ୍ଷ ୯୩ ହଜାର ୯୦ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି। ମୃତ୍ୟୁସଂଖ୍ୟା ୨୫ ଲକ୍ଷ ୧୮ ହଜାର ୨୯୨ରେ ପହଞ୍ଚିଛି।

Comment