ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଜିଲ୍ଲା ଦଶପଲ୍ଲା ଲକ୍ଷ୍ମୀବଜାରରେ ୬ଟି ଦୋକାନ ପୋଡ଼ି ଛାରଖାର ହୋଇଯାଇଛି। ରବିବାର ଅପରାହ୍ଣ ସାଢ଼େ ୩ଟା ସମୟରେ ହଠାତ ଏକ ସେଲୁନରୁ ନିଆଁ ବାହାରିଥିଲା। ଚାହୁଁ ଚାହୁଁ ଆଖପାଖରେ ଥିବା କ୍ୟାବିନକୁ ନିଆଁ ବ୍ୟାପି ହୁତୁ ହୁତୁ ହୋଇ ଜଳି ଉଠିଥିଲା। ତେବେ ସେଲୁନରେ କିଭଳି ନିଆଁ ଲାଗିଲା ତାହା ଜଣାପଡ଼ିନି।
କ୍ୟାବିନ୍ରେ ଭୟାନକ ନିଆଁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ତୁରନ୍ତ ସ୍ଥାନୀୟ ଅଗ୍ନୀଶମବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।
ନିଆଁ ଏତେ ଭୟାନକ ଥିଲା ଯେ, ଅଗ୍ନିଶମ କର୍ମଚାରୀଙ୍କୁ ନିଆଁ ଆୟତ୍ତ କରିବାକୁ ଅଗ୍ନିଶମ ବାହୀନିକୁ ଦୀର୍ଘ ସମୟ ଲାଗିଥିଲା। ଏହି ଅଗ୍ନିକାଣ୍ଡରେ ୬ଟି ଦୋକାନର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡଜନିତ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ସରକାରୀ ସୟାୟତା ପ୍ରଦାନ ପାଇଁ ଦାବି ହୋଇଛି।


















