ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ମାର୍ଚ୍ଚ ୧୨ ରୁ ଆରମ୍ଭ ହେବ। ତେଣୁ ଏହି ଅଧିବେଶନ ପୂର୍ବରୁ କୋଭିଡ ନିୟମକୁ କଡ଼ାକଡ଼ି କରାଯାଇଛି। ଯେଉଁମାନେ ବିଧାନସଭା ଭିତରକୁ ପ୍ରବେଶ କରିବେ ସେମାନଙ୍କର କୋଭିଡ ଟେଷ୍ଟ କରାଯିବା ବାଧ୍ୟତାମୂଳକ। ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ଅଧିବେଶନ ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ଜାରି କରାଯାଇଛି। ବିଧାନସଭା ଭିତରକୁ ଯିବାକୁ ଥିବା ସମସ୍ତ କର୍ମୀମାନଙ୍କର କରାଯିବା ଆଣ୍ଟିଜେନ ଟେଷ୍ଟ। ଏହାର ରିପୋର୍ଟ ୨ ଘଣ୍ଟା ଭିତରେ ଆସିବ। ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍ ଆସିବ, ତାଙ୍କୁ ବିଧାନସଭା ଭିତରକୁ ଯିବା ପାଇଁ ଅନୁମତି ମିଳିବ।

ରାଜ୍ୟରେ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ସବୁ ସ୍ଥାନରେ କୋଭିଡ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରାଯାଉଛି। ରେଳଷ୍ଟେସନଠାରୁ ବିମାନ ବନ୍ଦର ପର୍ଯ୍ୟନ୍ତ ସବୁଠାରେ ଯାତ୍ରୀମାନଙ୍କର ସ୍କ୍ରିନିଂ କରି ବାହାରକୁ ଛଡ଼ାଯାଉଛି। ଏହାରି ମଧ୍ୟରେ ବିଧାନସଭାରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ହେବାକୁ ଯାଉଛି। ତେଣୁ ବିଧାନସଭା ପୂର୍ବରୁ କୋଭିଡ ଟେଷ୍ଟକୁ ଗୁରୁତ୍ୱ ଦିଆଯାଇଛି।

Comment