ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭାରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବୁଧବାର କାମଚଳା ବଜେଟ ଆଗତ କରିଛନ୍ତି। କାମଚଳା ବଜେଟର ପରିମାଣ ୧ ଲକ୍ଷ ୬ ହଜାର ୪୯୬ କୋଟି ଟଙ୍କା ରହିଛି। ଆର୍ଥିକ ଏବଂ ସାମାଜିକ କ୍ଷେତ୍ରରେ ଓଡ଼ିଶା ଉନ୍ନତି କରିଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ରାଜ୍ୟର ଅଭିବୃଦ୍ଧି ହେବ। ଦେଶର ଅଭିବୃଦ୍ଧି ହାର ୭.୮ ପ୍ରତିଶତ ରହିବା ନେଇ ଆକଳନ କରାଯାଇଥିବାବେଳେ ରାଜ୍ୟର ଅଭିବୃଦ୍ଧି ହାର ୯.୨ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି।

କାମଚଳା ବଜେଟରେ କାହା ପାଇଁ କେତେ ଘୋଷଣା କଲେ ଅର୍ଥମନ୍ତ୍ରୀ ?

  • କାଳିଆ ଯୋଜନା ପାଇଁ ୧,୮୭୪ କୋଟି ଟଙ୍କା
  • ମିଶନ ଶକ୍ତି ନିମନ୍ତେ ୨୦୦୦ କୋଟି ଟଙ୍କା
  • ଜଳ ଜୀବନ ମିଶନ ପାଇଁ ୬ ହଜାର କୋଟି ଟଙ୍କା
  • ବିଜୁ ଏକ୍ସପ୍ରେସ ପାଇଁ ୩୦୦ କୋଟି ଟଙ୍କା
  • ସ୍ମାର୍ଟସିଟି ପାଇଁ ୨୦୦ କୋଟି ଟଙ୍କା
  • ଚାଷୀଙ୍କୁ ସୁଧ ରିହାତି ପାଇଁ ୨୦୦ କୋଟି ଟଙ୍କା
  • ଅବଢ଼ା ଯୋଜନା ଲାଗି ୧,୪୦୮
  • ଦୁଗ୍ଧ ଉତ୍ପାଦନ ଓ ଅଭିବୃଦ୍ଧି ନିମନ୍ତେ ୩୧ କୋଟି ଟଙ୍କା
  • ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ୧୫୦ କୋଟି ଟଙ୍କା
  • ସମବାୟ ବ୍ୟାଙ୍କଗୁଡ଼ିକୁ ଅଂଶଧନ ସହାୟତା ନିମନ୍ତେ ୧୫୦ କୋଟି ଟଙ୍କା
  • ସହରାଞ୍ଚଳ ପ୍ରଶାସନ ଉନ୍ନତି ପାଇଁ ୪୫୦ କୋଟି ଟଙ୍କା
  • କୁକୁଡ଼ା ଚାଷ ପାଇଁ ୮୭ କୋଟି ଟଙ୍କା

  • ଶିକ୍ଷା ଏବଂ ଦକ୍ଷତା କ୍ଷେତ୍ର ନିମନ୍ତେ ୨୩ ହଜାର ୯୭୪ କୋଟି ଟଙ୍କା
  • ସ୍ଵାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ପାଇଁ ୧୨,୨୦୦ କୋଟି ଟଙ୍କା
  • ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ହସ୍ପିଟାଲକୁ ପୈଠ ପାଇଁ ୧,୮୬୪ କୋଟି ଟଙ୍କା
  • ଜାତୀୟ ଗ୍ରାମୀଣ ଜୀବିକା ମିଶନ ପାଇଁ ୧,୦୩୯ କୋଟି ଟଙ୍କା ବ୍ୟୟବରାଦ
  • ଏସଏଚ୍‌ଜି ଓ ସେମାନଙ୍କ ମହାସଂଘ ପାଇଁ ୭୭୩ କୋଟି ଟଙ୍କା ବ୍ୟୟ ବରାଦ
  • ବିପର୍ଯ୍ୟୟ ମୁକାବିଲା ପାଇଁ ୩,୨୦୦ କୋଟି ଟଙ୍କା

Tags: #OdishaAssembly #AssemblyBudgetSession2022 #InterimBugdet #FinanceMinister #NiranjanPujari

LEAVE A REPLY

Please enter your comment!
Please enter your name here