ଓଡ଼ିଶାଲାଇଭ୍ ବ୍ୟୁରୋ
ମାର୍ଚ୍ଚ ୧୩ରୁ ୧୬ ପର୍ଯ୍ୟନ୍ତ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହାରି ମଧ୍ୟରେ ବ୍ୟାଙ୍କ ସହ ଜଡ଼ିତ ସମସ୍ତ କାମ ସାରି ଦିଅନ୍ତୁ। ଆରବିଆଇ ଗାଇଡଲାଇନ ଅନୁସାରେ, ମାର୍ଚ୍ଚ ୧୩, ୧୪ ଦ୍ୱିତୀୟ ଶନିବାର ଓ ରବିବାର ପଡୁଥିବାରୁ ବନ୍ଦ ରହିବ। ମାର୍ଚ୍ଚ ୧୫ ଓ ୧୬ କର୍ମଚାରୀଙ୍କ ଧର୍ମଘଟ ପାଇଁ ବନ୍ଦ ରହିବ ବ୍ୟାଙ୍କ। ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ ଧର୍ମଘଟରେ ଯୋଗ ଦେବେ।
କାହିଁକି ଧର୍ମଘଟ
ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକର ଘରୋଇକରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଘରୋଇକରଣ ଯୋଜନାକୁ ବିରୋଧ କରୁଛି ସଂଘ। ୨୦୨୧ ବଜେଟ ସମୟରେ, ବିମୁଦ୍ରାକରଣ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଦୁଇଟି ସରକାରୀ ବ୍ୟାଙ୍କର ଘରୋଇକରଣ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହାକୁ ବିରୋଧ କରି ୯ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀଙ୍କୁ ନେଇ ଗଠିତ ସଂଘ ୟୁନାଇଟେଡ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନ(ୟୁଏଫବିୟୁ) ଧର୍ମଘଟ ଡାକରା ଦେଇଛି।