ଓଡ଼ିଶାଲାଇଭ୍ ବ୍ୟୁରୋneet-medical-exam

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଦେବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଏ ବର୍ଷ ଅଗଷ୍ଟ ୧ରେ ହେବାକୁ ଯାଉଛି ନିଟ୍ ପରୀକ୍ଷା। ଏନେଇ ନାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଚଳିତ ବର୍ଷ ଅଫଲାଇନରେ ପରୀକ୍ଷା ହେବାନେଇ ସୂଚନା ରହିଛି।

ପ୍ରତିବର୍ଷ ପ୍ରାୟ ୧୬ଲକ୍ଷରୁ ଅଧିକ ପ୍ରାର୍ଥୀ ମେଡିକାଲ ଓ ଡେଣ୍ଟାଲ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିଥାନ୍ତି। ୨୦୨୧ ବର୍ଷରେ ହିନ୍ଦୀ, ଇଂରାଜୀ ସମେତ ପ୍ରାୟ ୧୧ଟି ଭାଷାରେ ପରୀକ୍ଷା କରାଯିବ। ପରୀକ୍ଷା ଧାରାରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ପରୀକ୍ଷା, ସିଲାବସ୍‌, ବୟସ ପାଇଁ ଯୋଗ୍ୟତା ମାନଦଣ୍ଡ, ସଂରକ୍ଷଣ ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ସୂଚନା ନିଟ୍ ୱେବସାଇଟ୍‌ରେ ଖୁବଶୀଘ୍ର ଉପଲବ୍ଧ ହେବ।

ନିଟ୍ ପରୀକ୍ଷା ଦେବାକୁ ଚହୁଁଥିବା ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ nta.ac.in ଏବଂ ntaneet.nic.in ଯାଇ ଯାଞ୍ଚ କରିପାରିବେ।

Comment