ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ପୁଅ ସୋଏବ ଅଫତାବ ହେଲେ ନିଟ୍ (NEET) ଟପ୍ପର। ପ୍ରବେଶିକା ପରୀକ୍ଷାରେ ସେ ଶତ ପ୍ରତିଶତ ନମ୍ବର ରଖି ଦେଶରେ ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି।

ଅଫତାବ୍ ପ୍ରବେଶିକା ପରୀକ୍ଷାରେ ୭୨୦ ମାର୍କରୁ ଶତ ପ୍ରତିଶତ ୭୨୦ ମାର୍କ ରଖିଛନ୍ତି। ଯାହାକି ନିଟ୍ ପ୍ରବେଶିକା ପରୀକ୍ଷାରେ ଏକ ରେକର୍ଡ। ତାଙ୍କ ପୂର୍ବରୁ କୌଣସି ପରୀକ୍ଷାର୍ଥୀ ଶତ ପ୍ରତିଶତ ନମ୍ବର ରଖିନଥିଲେ।

କୋଭିଡ୍ କଟକଣା ଭିତରେ ଗତ ସେପ୍ଟେମ୍ବର ୧୩ ତାରିଖରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲେ। ଏଥିରେ ପାଖାପାଖି ୧୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଆଜି ଏହି ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ୱେବସାଇଟକୁ ଯାଇ ନିଜର ରେଜଲ୍ଟ ଦେଖିପାରିବେ।କେମିତି ଦେଖିବେ ରେଜଲ୍ଟ?

  • ପ୍ରଥମେ ntaneet.nic.in ପୋର୍ଟାଲକୁ ଯାଆନ୍ତୁ
  • ସେଠାରେ ନିଜର ରେଜିଷ୍ଟ୍ରସନ୍ ନମ୍ବର ଦିଅନ୍ତୁ
  • ଏହାପରେ କ୍ୟାଣ୍ଡିଡେଟ୍ ଲଗଇନ୍ ଅପସନରେ କ୍ଲିକ୍ କରନ୍ତୁ
  • ଏହାପରେ ଆବଶ୍ୟକୀୟ ସୂଚନା ଦେଇ ସବମିଟ୍ ବଟନ୍ କ୍ଲିକ୍ କରନ୍ତୁ
  • ଏହାପରେ ଆପଣ ନିଜର ରେଜଲ୍ଟ ଜାଣିପାରିବେ

Comment