ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଂକ୍ରମଣର ପ୍ରଥମ ଲହରୀରେ ରାଜ୍ୟରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଗଞ୍ଜାମ ଜିଲ୍ଲା। ସେଥିପାଇଁ ସଂକ୍ରମଣର ଦ୍ୱିତୀୟ ଲହରୀରେ ଗଞ୍ଜାମ ଜିଲ୍ଲ ପ୍ରଶାସନ ପକ୍ଷରୁ ସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ଆଗୁଆ ପଦକ୍ଷେପମାନ ନିଆଯାଉଛି। ଏହି କ୍ରମରେ କୋଭିଡ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଜିଲ୍ଲାପାଳ ନୂଆ ନିୟମ ଲାଗୁ କରିଛନ୍ତି।

ଏହି ନୂଆ ନିୟମ ହେଲା ଜିଲ୍ଲାରେ ବିବାହ ଉତ୍ସବରେ ୧୦୦ ଜଣ ଅତିଥିକୁ ଅନୁମତି ଦିଆଯିବ। ଏହାସହିତ ଲୋକଙ୍କୁ ବିବାହ ଉତ୍ସବରେ ଖାଇବାକୁ ନଦେଇ ସେମାନଙ୍କୁ ଖାଦ୍ୟ ପୁଡ଼ିଆ ଦିଆଯିବ।

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ହେବା ଗଞ୍ଜାମରେ କରୋନା କଟକଣା କଡ଼ାକଡ଼ି କରାଯାଇଥିଲା। ସର୍ବସାଧାରଣରେ ଛେପ ପକାଇଲେ ୫ ଶହ ଟଙ୍କ ଫାଇନ ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା। ଏଥିସହିତ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ପ୍ରଶାସନ କହିଥିଲା। ଏବେ କରୋନା କଟକଣାରେ ଆଉ ଏକ ନୂଆ ନିୟମ ଯୋଡ଼ି ହୋଇଯାଇଛି।

Comment