ଓଡ଼ିଶାଲାଇଭ୍ ବ୍ୟୁରୋ

ପିପିଲି ଉପନିର୍ବାଚନ ପାଇଁ ଆଜି ଭର୍ଚୁଆଲ ମାଧ୍ୟମରେ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋମବାର ଅପରାହ୍‌ଣ ୪ଟାରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ପିପିଲିବାସୀଙ୍କୁ ଭୋଟ୍ ମାଗିବେ ନବୀନ।

ଏଥିପାଇଁ ପିପିଲି ବ୍ଲକ୍ ଓ ଏନଏସି ସହ ଡେଲାଙ୍ଗ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ଭର୍ଚୁଆଲ ସଭାର ଆୟୋଜନ କରାଯାଇଛି। ଭର୍ଚୁଆଲ ପ୍ରଚାର ପାଇଁ ସଭାସ୍ଥଳୀଗୁଡ଼ିକରେ ଏଲ୍ଇଡିର ବ୍ୟବସ୍ଥା କରାଯାଇଛି। ମୋଟ୍ ୬ଟି ଜୋନରେ ପିପିଲି ଓ ଡେଲାଙ୍ଗବାସୀଙ୍କ ସହ ଯୋଡ଼ିହୋଇ ରୁଦ୍ରଙ୍କ ପାଇଁ ଭୋଟ୍ ମାଗିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏପ୍ରିଲ ୧୭ରେ ପିପିଲିରେ ଭୋଟ୍ ହେବ। ଏଥିପାଇଁ ସେଠାକାର ରାଜନୀତିକ ପାଣିପାଗ ସରଗରମ ରହିଛି। ଜିନ୍ଦାବାଦ୍, ନାରାବାଜି ଆଦିରେ କମ୍ପୁଛି ପିପିଲିର ଗାଁ ଦାଣ୍ଡ। ଏପ୍ରିଲ ୧୫ରୁ ପ୍ରଚାର ବନ୍ଦ ହେବ। ଏଥିପାଇଁ ବିଭିନ୍ନ ଦଳର ହେଭିଓ୍ଵେଟମାନେ ସେମାନଙ୍କ ପ୍ରାର୍ଥୀମାନଙ୍କ ପାଇଁ ଜୋରସୋର୍ ପ୍ରଚାର ଚଳାଇଛନ୍ତି। ଅନ୍ୟପଟେ ଏପ୍ରିଲ ୧୩ରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Comment