ପିପିଲି ଉପନିର୍ବାଚନ ଲାଗି ଆଉ ରାଲି ବା ଶୋଭାଯାତ୍ରା କରିବନି ବିଜେଡି। କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଥିବାରୁ ସାଧାରଣ ସଭା ଓ ଶୋଭାଯାତ୍ରା ନକରିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ନେଇ ସେ ଟୁଇଟ କରିଛନ୍ତି।

‘‘ପ୍ରତ୍ୟେକ ଜୀବନ ମୂଲ୍ୟବାନ। ମୁଁ ସବୁବେଳେ ଓଡିଶାର ଲୋକଙ୍କୁ ମୋର ପରିବାର କହିଆସିଛି। ତେଣୁ କାହାର ଜୀବନକୁ ବିପଦକୁ ଠେଲି ଦିଆଯିବନି। ଦେଶରେ କରୋନା ବଢ଼ୁଥିବାରୁ ବିଜେଡି ସାଧାରଣ ସଭା, ରାଲି ନକରିବାକୁ ନିଷ୍ପତ୍ତି ନେଇଛି’’, ଟୁଇଟରେ ଲେଖିଛନ୍ତି ନବୀନ।

ସେ ଆହୁରି ମଧ୍ୟ ଲେଖିଛନ୍ତି,‘‘ ବିଜେଡି ଏକ ଏକ ଦାୟିତ୍ୱପୂର୍ଣ୍ଣ ଦଳ।  ଲୋକଙ୍କ ସେବା କରିବା ପାଇଁ ବିଜେଡି ନିର୍ବାଚନ ପ୍ରତିଯୋଗିତା କରେ। କରୋନା ସମୟରେ ନିର୍ବାଚନ ପ୍ରଚାର ଦ୍ୱାରା ଯଦି କାହାର ଜୀବନ ପ୍ରତି ବିପଦ ଅଛି, ତେବେ ମୁଁ ରାଜନୈତକ ଦଳ ଓ ନିର୍ବାଚନ କମିସନଙ୍କୁ ଅନୁରୋଧ କରୁଛି ଯେ ପ୍ରଚାରର ଅବଧି ଏବଂ ପଦ୍ଧତିକୁ ପୁନର୍ବିଚାରକୁ ନିଆଯାଉ’’।

ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ହେବାର ଥିଲା। ଏଥିପାଇଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ଜୋରସୋରରେ ପ୍ରଚାର ଚଳାଇଥିଲେ। ହେଲେ ଏପ୍ରିଲ ୧୫ରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ଆଖି ବୁଜିଥିଲେ। ତାଙ୍କ ମୃତ୍ୟୁ ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ନିର୍ବାଚନ ଲାଗି ସାନି ତାରିଖ ପ୍ରକାଶ ପାଇଛି। ମେ’ ୧୩ ରେ ପୁଣି ର୍ନିବାଚନ ହେବ ବୋଲି ଘୋଷଣା ହୋଇଛି।

Comment