ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିପିଲି ଉପନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ’୧୩ରେ ଭୋଟ ହେବାକୁ ଥିଲାବେଳେ ଏପ୍ରିଲ ୨୬ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି।

ସେହିପରି ଏପ୍ରିଲ ୨୭ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ଏପ୍ରିଲ ୨୯ରେ ପ୍ରାର୍ଥିପତ୍ର ପତ୍ୟାହାରର ଶେଷ ତାରିଖ ରହିଛି।

ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ହେବାର ଥିଲା। ହେଲେ ନିର୍ବାଚନ ର୍ଥୀ୨ ଦିନ ପୂର୍ବରୁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ କରୋନାରେ ମୃତ୍ୟୁ ହୋଇଥିଲା। ତେଣୁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା।

ଅଜିତ ମଙ୍ଗରାଜଙ୍କ ହେହାନ୍ତ ପରେ ତାଙ୍କ ସ୍ଥାନରେ କଂଗ୍ରେସ ଆଉ ଜଣଙ୍କୁ ନିଜର ପ୍ରାର୍ଥୀ ଦେବ। ଆସନ୍ତା ୭ ଦିନ ମଧ୍ୟରେ ନୂଆ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ କଂଗ୍ରେସ। ତେବେ କଂଗ୍ରେସ ଏଥର ଅଜିତଙ୍କ ପତ୍ନୀଙ୍କୁ ଟିକେଟ ଦେଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Comment