ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କୋଭିଡ୍ ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ଲକ୍‌ଡାଉନ ବଳବତ୍ତର ରହିଛି। ଏହାରି ମଧ୍ୟରେ ଶ୍ରମିକମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ରାଜ୍ୟ ସରକାର ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି। ଶ୍ରମ ବିଭାଗ ପକ୍ଷରୁ ଟୋଲ୍ ଫ୍ରି ନମ୍ବର ୧୮୦୦୩୪୫୬୭୦୩ ଜାରି କରାଯାଇଛି।

ଯେକୌଣସି ସ୍ଥାନରେ ଫସି ରହିଥିବା ଶ୍ରମିକମାନେ ଏହି ନମ୍ବରରେ କଲ୍ କରି ସମସ୍ତ ପ୍ରକାର ସହାୟତା ପାଇପାରିବେ ବୋଲି ଶ୍ରମ କମିସନର ଟୁଇଟ କରି ସୂଚନା ଦେଇଛନ୍ତି। ଏହି ନମ୍ବରରେ କଲ୍ କରିବା ମାତ୍ରେ ଶ୍ରମିକମାନଙ୍କୁ ବିଭିନ୍ନ ପ୍ରକାର ପରାମର୍ଶ ଦିଆଯିବ। ଦରକାର ପଡ଼ିଲେ ସେମାନଙ୍କୁ ନିଜ ଅଞ୍ଚଳର ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ ଯୋଗାଯୋଗ କରାଇ ଦିଆଯିବ।

ଶ୍ରମ କମିସନର ଏନ୍ ତିରୁମାଳା ନାୟକ କହିଛନ୍ତି, “ପୂର୍ବରୁ ମଧ୍ୟ ଏହି ନମ୍ବର ଶ୍ରମିକମାନଙ୍କ ସୁବିଧା ଓ ହିତ ପାଇଁ କାର୍ଯ୍ୟ କରୁଥିଲା। କିନ୍ତୁ ଏହା ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ କାର୍ଯ୍ୟକାରୀ ହେଉଥିଲା। ବର୍ତ୍ତମାନ କୋଭିଡ୍ ପରିସ୍ଥିତିରେ ଏହି ସୁବିଧା ୨୪ଘଣ୍ଟା ଜାରି ରଖିବାକୁ ରାଜ୍ୟସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଲକ୍‌ଡାଉନ୍ ଓ ସଟ୍‌ଡାଉନ ସମୟରେ ପ୍ରବାସୀମାନେ ଯେପରି ଘରକୁ ଫେରିବାରେ କୌଣସି ଅସୁବିଧା ନଭୋଗନ୍ତି, ସେଥିପାଇଁ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ ଦ୍ୱାରା ଭୁବନେଶ୍ୱରରେ ଥିବା କେନ୍ଦ୍ରୀୟ କଣ୍ଟ୍ରୋଲ ରୁମ୍‌କୁ ପୁନଃ କାର୍ଯ୍ୟକ୍ଷମ କରାଯାଉଛି।”

LEAVE A REPLY

Please enter your comment!
Please enter your name here