ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ରୋଗୀଙ୍କ ଚିକିତ୍ସାରେ ହେଉଥିବା ବ୍ୟବହାର ହେଉଥିବା ଔଷଧ ଆଇଭରମେକଟିନକୁ (ivermectin) ଔଷଧ ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)। କୌଣସି କ୍ଲିନିକାଲ ଟ୍ରାଏଲ ବିନା ଏହାର ବ୍ୟବହାର ନକରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ ଟୁଇଟ ଯୋଗେ ବାରଣ କରିଛନ୍ତି।

କୌଣସି ନୂଆ ରୋଗରେ ପୁରୁଣା ଔଷଧ ମନଇଚ୍ଛା ବ୍ୟବହାର କରି ହେବନି। ଏହାଦ୍ୱାରା ରୋଗୀର ସ୍ଥିତି ଆହୁରି ଗମ୍ଭୀର ହୋଇପାରେ। ତେଣୁ କୌଣସି ଔଷଧ ବ୍ୟବାହାର ବେଳେ ସୁରକ୍ଷା ଓ ପ୍ରଭାବ ମୁଖ୍ୟ ବୋଲି କହିଛନ୍ତି ସୌମ୍ୟା ସ୍ୱାମୀନାଥନ।

ଗତ ଦୁଇ ମାସ ମଧ୍ୟରେ ଆଇଭରମେକ୍‌ଟିନର ବ୍ୟବହାରକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ୨ ଥର ଚେତାବନୀ ଦେଇସାରିଲାଣି। କୋଭିଡ ଚିକିତ୍ସାରେ ଆଇଭରମେକ୍‌ଟିନ ଫଳପ୍ରଦ ହେଉଥିବା ଏଯାଏଁ ଦେଖାଯାଇନାହିଁ। ଏମିତିକି ଆଇଭରମେକଟିନ୍‌ର ନିର୍ମାତା ମର୍କ ଆଣ୍ଡ କୋ ମଧ୍ୟ ଏ କଥାରେ ସହମତ ହୋଇଛି।

Comment