ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହମାରୀର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ଆଶା ସଞ୍ଚାର କରିଛି କୋଭିଡ୍‌ ଟିକା। ଏଥିପାଇଁ ମେ’ ପହିଲାରୁ ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହୋଇଛି। ଟିକା ନେବା ପରେ କୋଓ୍ଵିନ୍ ପୋର୍ଟାଲରୁ ହିତାଧିକାରୀମାନେ ଟିକାକରଣ ସାର୍ଟିଫିକେଟ ଡାଉନଲୋଡ୍ କରିପାରିବେ।

କେମିତି ଡାଉନଲୋଡ୍ କରିବେ ଟିକାକରଣ ସାର୍ଟିଫିକେଟ୍?

  • ଟିକା ନେବା ପରେ ଇଣ୍ଟରନେଟ୍‌ରେ cowin.gov.in ସର୍ଚ୍ଚ କରନ୍ତୁ।
  • କୋୱିନ୍ ହୋମ୍ ପେଜ୍‌ର ଡାହାଣରେ ଥିବା ରେଜିଷ୍ଟର ଉପରେ କ୍ଲିକ୍ କରନ୍ତୁ।
  • ରେଜିଷ୍ଟାର ବଟନ୍‌ରେ କ୍ଲିକ୍ କରି ମୋବାଇଲ ନମ୍ବର ଦିଅନ୍ତୁ।
  • ଏହାପରେ ଆପଣଙ୍କ ନମ୍ବରକୁ ଏକ ଓଟିପି ଯିବ।
  • ଓଟିପିକୁ ପୋର୍ଟାଲରେ ଦେଇ ଭେରିଫାଏ କରନ୍ତୁ।
  • ଏହାପରେ ଆକାଉଣ୍ଟ ଡିଟେଲ୍ସ ପେଜ୍ ଆସିବ।
  • ସେହି ପେଜ୍‌ର ଡାହାଣରେ ଥିବା ସାର୍ଟିଫିକେଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ।
  • ଏହାପରେ ଆପଣ ନିଜର ଟିକାକରଣ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ।

Comment