ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୋମବାର ଜୟପୁର ଗସ୍ତ କରିଛନ୍ତି। ସେଠାରେ କରୋନା ସ୍ଥିତି ନେଇ ସମୀକ୍ଷା କରିଥିଲେ। ଉକ୍ତ ସମୟରେ କୋରାପୁଟ ଜିଲ୍ଲାପାଳ ଅବଦଲ ଏମ୍‌ ଅଖତର ଏବଂ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଉପସ୍ଥିତ ଥିଲେ।

ଉଭୟ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜୟପୁରର ଗ୍ଲୋକାଲ ହସ୍ପିଟାଲକୁ ଯାଇ ଭତ୍ତିଭୁମି ପରଖିଥିଲେ। ଖୁବ୍‌ଶୀଘ୍ର ଏହି ହସ୍ପିଟାଲକୁ କୋଭିଡ୍‌ ହସ୍ପିଟାଲରେ ପରିଣତ କରାଯିବ ବୋଲି ସେମାନଙ୍କ ନିକଟରୁ ସୂଚନା ମିଳିଛି। ଏଥିସହ କୋରାପୁଟ ଜିଲ୍ଲାରେ ୧୮ରୁ ୪୫ବର୍ଷ ବୟସ୍କଙ୍କୁ ଟିକାକରଣ କରାଯାଉଛି। ଏଥିପାଇଁ ୨୦ହଜାର ଟିକା ପ୍ରଦାନ କରାଯାଇଛି । ଜୟପୁର ସହରରେ ମଧ୍ୟ ଟିକା ଦେବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।ପୂର୍ବରୁ ଜୟପୁରରେ ନୂତନ କୋଭିଡ୍‌ ହସ୍ପିଟାଲ ଖୋଲିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଆଜି ସେ ସମ୍ପର୍କରେ ଆଲୋଚନା କରାଯାଇଥିବା କହିଛନ୍ତି କୋରାପୁଟ ଜିଲ୍ଲାପାଳ ଅବଦଲ ଏମ୍‌ ଅଖତର। ଏଥିସହ ବିଧାୟକଙ୍କ ପାଣ୍ଠିରୁ ଦୁଇଟି ଲାଇଭ୍‌ ସପୋର୍ଟ ଆମ୍ବୁଲାନ୍ସକୁ ଅନୁମତି, ଜୟପୁରରେ ୧୮ବର୍ଷରୁ ଊଦ୍ଧ୍ୱର୍ ବୟସ୍କଙ୍କୁ ଟିକା, ବୋରିଗୁମ୍ମା ଓ ଜୟପୁରରେ ଡାକ୍ତର ନିଯୁକ୍ତି ଏବଂ ଜୟପୁର ବିମାନ ବନ୍ଦରକୁ ୧୫ଶହ ମିଟର ବୃଦ୍ଧି ନେଇ ୪ଟି ଦାବି ଉପସ୍ଥାପନ କରିଥିଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଏସମସ୍ତ ଦାବିକୁ ପ୍ରତିଶ୍ରୁତି ମିଳିଛି ବୋଲି ମଧ୍ୟ କହିଛନ୍ତି ବିଧାୟକ।

Comment