ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ଲକ୍‌ଡାଉନ୍‌ରେ ଖୋଲା ରହିବ ଚଷମା ଦୋକାନ ଏବଂ ଆଖି ସମ୍ବନ୍ଧୀୟ ଚିକିତ୍ସାକେନ୍ଦ୍ର। ଏନେଇ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ସବୁ ଜିଲ୍ଲାର ଜିଲ୍ଲାପାଳ ଓ ମୁନିସିପାଲ କମିସନରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚଷମା ଦୋକାନ ସ୍ୱାସ୍ଥ୍ୟ ଜନିତ ସେବା ହୋଇଥିବାରୁ ଏହାକୁ ଖୋଲା ରଖିବାକୁ ଅନୁମତି ମିଳିଛି।ରାଜ୍ୟରେ ଲକ୍‌ଡାଉନ୍‌ ବଳବତ୍ତର ରହିଛି। ଏହି ସମୟରେ ଅନେକ ଜିଲ୍ଲାରେ ଚଷମା ଦୋକାନ ଏବଂ କ୍ଲିନିକ ବନ୍ଦ ରହିଥିବା ଦେଖିବାକୁ ମିଳିଛୁ। ବିଭିନ୍ନ ଜିଲ୍ଲାରେ ଏହି ଦୋକାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇନାହିଁ। ଅନ୍ୟ ଦୋକାନ ଭଳି ଏଥିରେ ମଧ୍ୟ ଲକ୍‌ଡାଉନ୍‌ କଟକଣା ଜାରି କରାଯାଇଛି। ଫଳରେ ଆଖି ସମ୍ବନ୍ଧୀୟ ଅସୁବିଧା ଥିବା ଲୋକମାନେ ଚିକିତ୍ସା ଏବଂ ଚଷମା ତିଆରି କରିବା ପାଇଁ ହଇରାଣ ହେଉଛନ୍ତି। ଏଭଳି ଖବର ସୋସିଆଲ ମିଡିଆରେ ପ୍ରକାଶ ପାଇବାପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶାନାମା ଜାରି କରାଯାଇଛି।

ଏଣିକି ରାଜ୍ୟରେ ଲକ୍‌ଡାଉନ୍‌ ସମୟରେ ମଧ୍ୟ ଚଷମା ଦୋକାନ ଖୋଲା ରହିବ। ଲୋକମାନେ କ୍ଲିନିକକୁ ଯାଇ ନିଜ ଚକ୍ଷୁଗତ ସମସ୍ୟା ସମ୍ପର୍କରେ ଡାକ୍ତରଙ୍କଠାରୁ ପରାମର୍ଶ ନେଇପାରିବେ। ଏଥିପାଇଁ ଗୁରୁବାର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here